ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ପଞ୍ଚାୟତ କଲେଜ ପଡିଆରେ ଆଜି ବ୍ଲକ ସ୍ତରୀୟ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାର ଏକ ନିଯୁକ୍ତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଡିଓ ସରୋଜ ଚନ୍ଦ୍ର ସେଠି , ବ୍ଲକ ଅଧକ୍ଷା ବବିତା ପଟ୍ଟଯୋଶୀ, ସ୍କିଲ ଓରମାସର ପି. ସତୀଶ କୁମାର, ଶିଶୁପାଣ୍ଠି କ୍ଷେତ୍ର ପ୍ରୋଗ୍ରାମର କଳ୍ପନା ବିଶୋଇ, ଓଡିଶା ଜୀବିକା ମିଶନର କ୍ଷେତ୍ର ଅଧିକାରୀ ସନ୍ତୋଷ କୁମାର ଦାସ ଯୋଗଦେଇ ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ କିପରି ବିଭିନ୍ନ ପ୍ରକାର କୌଶଳ ଉଦାହରଣ ସ୍ୱରୂପ ଇଲେକ୍ଟ୍ରିକାଲ, ହୋଟେଲ ମେନେଜମେଣ୍ଟ ,ବିପି ଓ ରିଟେଲ ଇତ୍ୟାଦି ଟ୍ରେନିଙ୍ଗ ମାଗଣାରେ ନେଇ ନିଯୁକ୍ତି ପ୍ରାପ୍ତ କରିପାରିବେ ଏହି ଯୋଜନାରେ ପ୍ରଶିକ୍ଷଣ ନେବାସମୟରେ ରହିବା ଖାଇବା ୟୁନିଫର୍ମ ଏବଂ ପ୍ରଶିକ୍ଷଣ ପାଇଁ ସମସ୍ତ ପ୍ରକାର ଉପକରଣ ମାଗଣାରେ ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳ ମାନଙ୍କର ବହୁ ବେକାରୀ ଯୁବକ ଯୁବତୀ ମାନେ ଏହିକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେରେ ଚାଲୁଥିବା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବେକାରୀ ସମସ୍ୟା ଗୁଡି଼କ ଦୂରୀକରଣ ହେବା ସହ ଯୁବକ ଯୁବତୀ କର୍ମ ନିଯୁକ୍ତିର ସୁଯୋଗ ପାଇବେ।