ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): କେସିଙ୍ଗା ବ୍ଲକ ଉତ୍କେଲା ମିନି ଷ୍ଟାଡିୟମ ଠାରେ ବିଜୟ ଟିମ ଉତ୍କେଲା ଦ୍ବାରା ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଅକ୍ଟୋଭର ୩୦ ରୁ ଆରମ୍ଭ ହୋଇ ନଭେମ୍ବର ୦୫ ତାରିଖରେ ଶେଷ ହୋଇଛି। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସୋମନାଥ ସେଠି, ସମ୍ମାନିତ ଅତିଥି ଭାବରେ ସୁରେଶ ମହାନନ୍ଦ, ମଧୁସୁଦନ ନାଗ, ମନିନ୍ଧର ମହାନ୍ତି, ବିଦ୍ୟାଧର ପାଇକରାଏ, ଉତ୍କେଲା ପୋଷ୍ଟ ମାଷ୍ଟର ସର୍ଦାର ପ୍ରିତପାଲ ସିଂ, ମୁଖ୍ୟ ବକ୍ତା ରୁପେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଲେଖପାଳ ଦୁତିଆ ବନଛୋର ଉପସ୍ଥିତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ପାଷ୍ଟିକୁଡ଼ି ଓ କେସିଙ୍ଗା ମଧ୍ୟରେ ଚାଲିଥିବା ବେଲେ କେସିଙ୍ଗା ଦଳ ପାଲାଣ୍ଟିକରେ ପାଷ୍ଟିକୁଡ଼ିକୁ ହରାଇଥିଲେ। ମ୍ୟାଚ ପରିଚାଳନା କରିଥିଲେ ରେଫରି ଛବି ନାଏକ, ଚଞ୍ଚଳ ମାଝି, ନରେଶ ମାଝି,ରୋହୀତ ମାଝି। ବିଜୟ ଟିମର ସଭାପତି ସୁଦର୍ଶନ ଭୋଇ ସମେତ ସଂପାଦକ ଅମିୟ ମାଝି, ବିଜୟାନନ୍ଦ ପୁରୋହିତ, ଜଗନ୍ନାଥ ମୁନି, ଦଶରଥ କାଣ୍ଡ, ମୋତି ମାଝି, ଅନଙ୍ଗ ମାଝି, ଅନଙ୍ଗ ମାଝି, ଶୁଶିଲ ମାଝି, ବିଜୟ ଟିମ ପୁରୁଣା ସଦସ୍ୟ ଗରିବ ସା, ଜତିନ୍ଦ୍ର ବାରିକ, ଭୁବନେ ନାଗ, ସିମାଞ୍ଚଳ ପ୍ରଧାନ, ଶଶିଧର ପୁଟେଲ, ପ୍ରମୁଖଙ୍କ ପୁର୍ଣ୍ଣ ସହଯୋଗରେ ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଆଠଟି ଦଳକୁ ନେଇ ସୁରୁଖୁରୁରେ ସମାପନ ହୋଇଥିଲା।