କଳାହାଣ୍ଡି: ଖୁସିରାମ ସାହୁଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘ମୋ ଲେଖା ମୋ ଦୁନିଆ’ ପକ୍ଷରୁ ଦିପାବଳୀ ଅବସରରେ ଏକ ଅନଲାଇନ କବିତାପାଠ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କବି ତଥା ସମାଜସେବୀ ଭବାନୀଶଙ୍କର ନିଆଲ ଉପସ୍ଥିତ ଥିଲେ। କବିତା ଆସରରେ ଅନୁଷ୍ଠାନର ବରିଷ୍ଠ ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ମୁଖ୍ୟ ଉପଦେଷ୍ଟା ଭାରତୀ ରଥ, ସମ୍ପାଦକ ଦୁର୍ଗାଶଙ୍କର ଦେ ଏବଂ କୋଶଲ ସାହିତ୍ୟ ଏକାଡେମୀର ସଭାପତି ଦେବେନ୍ଦ୍ର କୁମାର ନାଏକ ସମେତ ଓଡିଶାର କୋଣ ଅନୁକୋଣରୁ ଶତାଧିକ କବି ଓ କବୟତ୍ରୀ ନିଜର ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ସଭାପତି ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।