କାମନା ଦଣ୍ଡ ଗୁରୁ ଶୁକ୍ରୁ ମହାନ୍ତିଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରର ଜଣେ ପୁରୁଣା କଳାକାର ତଥା କାମନା ଦଣ୍ଡ ଗୁରୁ ଶୁକ୍ରୁ ମହାନ୍ତିଙ୍କ ପରଲୋକ ହେଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ମ.ରାମପୁର ସ୍ଥିତ ଏକଲବ୍ୟ ପଡ଼ାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୧୨ବର୍ଷ ବୟସରୁ କାମନା ଦଣ୍ଡରେ ନିଜକୁ ସାମିଲ କରେଇଥିଲେ ଶୁକ୍ରୁ ମହାନ୍ତି । ପ୍ରଥମେ ତଳସାଗରପଡ଼ା କାମନା ଦଣ୍ଡ, ଆମ୍ବଗାଁ କାମନା ଦଣ୍ଡ ଏବଂ ଗତ କିଛି ବର୍ଷ ଧରି ଉଲୁରୁପୀ କାମନା ଦଣ୍ଡରେ ଗୁରୁ ଭାବରେ ନିଜର ଦାୟିତ୍ୱ ସଂପାଦନ କରିଆସୁଥିଲେ । ଏଥିସହିତ ସେ ବୃତ୍ତିରେ ମ.ରାମପୁର ମହାବିଦ୍ୟାଳୟର ଜଣେ କର୍ମଚାରୀ ରହି ଅବସର ଗ୍ରହଣ କରିଥିଲେ । ତାଙ୍କରି ବିୟୋଗରେ ବିଭିନ୍ନ ଦଣ୍ଡ ପୀଠର କଳାକାର ସମେତ ମ.ରାମପୁର ମହାବିଦ୍ୟାଳୟର କର୍ମଚାରୀମାନେ ଶୋକବ୍ୟକ୍ତ କରିଛନ୍ତି । ଆଜି ସକାଳେ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ ହେଇଥିବାବେଳେ ତାଙ୍କରି ଏକମାତ୍ର ପୁତ୍ର ଦେବେନ୍ଦ୍ର ମହାନ୍ତି ମୁଖାଗ୍ନି ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.