ରାୟଗଡା ବିଜେଡି କର୍ମୀ କାର୍ଯ୍ୟାଳୟରେ କର୍ମୀ ସମ୍ମିଳନୀ

ସଂଗଠନକୁ ମଜବୁତ କରିବା ପାଇଁ ବରିଷ୍ଠ ସଂଗଠକ କୋଣ୍ଡାବାବୁଙ୍କ ଆହ୍ୱାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ରିଙ୍ଗ ରୋଡ ସ୍ଥିତ ବିଜେଡି କର୍ମୀ କାର୍ଯ୍ୟାଳୟରେ ବରିଷ୍ଠ ସଂଗଠକ ୟାଲ୍ଳା ଭେଙ୍କେଟେଶ୍ୱର ରାଓ ଓରଫ କୋଣ୍ଡାବାବୁଙ୍କ ନେତୃତ୍ୱରେ କାର୍ଯ୍ୟାଳୟ ପରିସରରେ ଏକ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗରୀବ କଲ୍ୟାଣ ତଥା ଲୋକାଭିମୁଖୀ ଯୋଜନାଗୁଡିକୁ ୱାର୍ଡସ୍ତରରେ ଲୋକଙ୍କୁ ଅବଗତ କରାଇବା ସହ ଦଳୀୟ ସଂଗଠନକୁ ଆହୁରି ମଜବୁତ କରାଇବା ପାଇଁ ଏବେ ଠାରୁ କର୍ମୀମାନେ ନିଜ ଅଂଚଳରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ସେହିପରି ବରିଷ୍ଠ ସଂଗଠକ କୋଣ୍ଡାବାବୁ କର୍ମୀମାନଙ୍କୁ ତୃଣମୂଳସ୍ତରରେ ନବୀନ ସରକାରଙ୍କ ଯୋଜନାରେ ଉପକୃତ ରାଜ୍ୟବାସୀଙ୍କ ସଫଳ ରୂପାୟନ ଯୋଜନାଗୁଡିକ ବିଷୟରେ ଜଣାଇବା ପାଇଁ ତଥା ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଏବେ ଠାରୁ ସମସ୍ତେ ମିଳିମିଶି ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ପଡିବ ଏବଂ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଆଇନଜୀବି ବ୍ରଜସୁନ୍ଦର ନାୟକ, ପି.ଗୈାରୀ ଶଙ୍କର ରାଓ, ବିରଜା ପ୍ରସାଦ ପାତ୍ର ଚକ୍ର ବିଡିକା, ମୀନାରାଓ ହିମିରିକା, ୟେଦୁ ମଧୁ, ଯୁବ ବିଜେଡିର ଜିଲ୍ଳା ସଂପାଦକ କେ.ଶ୍ରୀନିବାସ, ଜିଲ୍ଳା ସହ ସଂପାଦକ ଏନ.ରବି, ଗଣପତି କୁଲସିକା, ନାମଦେବ ମାଣ୍ଡାଙ୍ଗି, କେ.ସି.ପଟ୍ଟନାୟକ, ସୁଧାକର କରକରିଆ, ମୋହନ ବିଡିକାଙ୍କ ସମେତ ୧୯ଟି ପଂଚାୟତର ସରପଂଚ, ସମିତି ସଭ୍ୟାସଭ୍ୟା, ରାୟଗଡା ବ୍ଳକ ଓ ପୈାରାଂଚଳ ସମେତ କାଶିପୁର ବ୍ଳକର ୨୦୦ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.