ପ୍ରତାପୁର ରାଙ୍ଗା ଭାଟଲା ତୁମ୍ବନାଥ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ପ୍ରତାପପୁର ଗ୍ରାମପଞ୍ଚାୟତରେ ଥିବା ରାଙ୍ଗଭାଟଲା ତୁମ୍ଭ ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ନାୟକଙ୍କ ପୌରହିତ୍ୟରେ ଏବଂ କାଳୁ ଚରଣ ମହାଙ୍କୁଡଙ୍କ ପରିଚାଳନାରେ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଦିବସରେ ପୁରୁଷୋତ୍ତମପୁର ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁର୍ଣିମା ସର୍ଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ବକ୍ତା ଅଜୟ କୁମାର ମହାରଣା, ପୂର୍ବତନ ନେସନାଲ କବାଡି ଖେଳାଳି ତଥା ସାମ୍ବାଦିକ ସଦାଶିବ ପଣ୍ଡା,ବରିଷ୍ଟ ଶିକ୍ଷକ କାଁହୁ ଚରଣ ପାଣିଗ୍ରାହୀ, ଗୁରୁ ମୂର୍ତ୍ତି ପ୍ରଧାନ, ବିପିନ ମହାପାତ୍ର (ବିଦ୍ୟାଳୟ ପରିଚାଳନା ଏବଂ ବିକାଶ କମିଟି ମୁଖ୍ୟ) ଶଙ୍କର୍ଷଣ ବେହେରା, ବିନାୟକ ଆଚାର୍ଯ୍ୟ (ସମାଜସେବୀ) ସ୍ଥାନୀୟ ସରପଞ୍ଚ ଦାଶ ବେହେରା କାର୍ଯ୍ୟକ୍ରମରେ ସାମ୍ନାନୀତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ, ଦ୍ୱିତୀୟ ଦିନରେ ପୁରୁଷୋତ୍ତମପୁର ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଯୁକ୍ତ ଦାଶରଥି ସେନାପତି ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ,ଏହି କାର୍ଯ୍ୟକ୍ରମକୁ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ। ଶେଷରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ଵାରା ନୃତ୍ୟ ପରିବେଷଣ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା ଏବଂ କୃତ୍ତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ନାନୀତ କରାଯାଇଥିଲା ଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.