ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ବିଗତ କିଛି ଦିନର ପ୍ରବଳ ଗ୍ରୀଷ୍ମପ୍ରବାହ ପରେ ଶନିବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳ ରେ ତାଣ୍ଡବ କରିଛି କାଳବୈଶାଖୀ ।ପ୍ରବଳ ପବନ ସହ ବର୍ଷା ସାଙ୍ଗକୁ କୁଆପଥର ମାଡ ରେ ଜୟପାଟଣା ବ୍ଲକ ରେ ଭଇଁରି ପାଲି, ରେଙ୍ଗାଲ ପାଲି,ତାଲପଦର ଗୋପାଳ ପୁର, ମୋହନ୍ ଗୁଡା, ଶରଦା ପୁର, ଗାଡଭଞା, ବିମଳା ଗ୍ରାମରେ ରବି ଧାନ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଚାଷୀଙ୍କ ଧାନ ପାଚିବା ଅବସ୍ଥା ଥିବା ବେଳେ କେତେକ ଚାଷ ଜମି ର ଚାଷ ଗର୍ଭଣା ଅବସ୍ଥା ରେ ଥିଲେ।ତାହା କାଳବୈଶାଖୀ ବର୍ଷାରେ ଧାନ ସବୁ ତଳେ ପଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।ଅନ୍ୟପଟେ ଗୋଡଭଞା, ରେଙ୍ଗାଲ ପାଲି, ମୋହନ ଗୁଡା ଗ୍ରାମରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ବାନେର ଲଡୁ ଗାଁ ମୁଖ୍ୟ ରାସ୍ତା ରେଙ୍ଗାଲ ପାଲି ନିକଟରେ ଏକ ବିରାଟ ଗଛ ରାସ୍ତା ରେ ପଡିଯିବାରୁ କିଛି ସମୟ ପାଇଁ ଯାନ ବାହାନ ଚଳାଚଳ ବନ୍ଦ ହୋଇଥିଲା ଗଛ କାଟି ସଫାକଲା ପରେ ବିଳମ୍ବିତ ରାତ୍ରୀରେ ଯାତାୟତ ସ୍ବଭାବିକ ହୋଇଥିଲା। ସେହିପରି ରେଙ୍ଗାଲ ପାଲି ବସ୍ତିରେ ଦୁଇଟି ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ ସେବା ବନ୍ଦ ରହିଛି। ମୋହନ ଗୁଡା ଗ୍ରାମ ର ଅମର ରାଉତ, ଲକ୍ଷ୍ମୀଧର ରାଉତ, ଯୋଗେନ୍ଦ୍ର ନାଏକ, ଗୋବର୍ଦ୍ଧନ ନାଏକ ଙ୍କ ଘର ଉପରେ ଗଛ ପଡି ବିଭିନ୍ନ ଜିନିଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। କିଶୋର ଦାସ ଏବଂ ଦୁଷ୍ମନ୍ତ ଦାସ ଙ୍କ ଦୋକାନ ଉପରେ ଗଛ ପଡିଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ପ୍ରଶାସନ ପକ୍ଷରୁ ତୁରନ୍ତ ତଦନ୍ତ କରି କ୍ଷୟକ୍ଷତି ଆକଳନ କରି କ୍ଷତି ପୁରଣ ଯୋଗାଇ ଦେବାକୁ ଦାବି ହେଉଛି।