ଚୋରି ସାମଗ୍ରୀ ଉଦ୍ଧାର, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସ ଏକ ଚୋରି କେସରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ଜଣକ ଖରିଆର ରୋଡ ଧୋବିପଡ଼ା ୱାର୍ଡ ନମ୍ବର ୧୩ ର ମହମ୍ମଦ ଅନୱରଙ୍କ ପୁଅ ମହମ୍ମଦ ସିରାଜ (୨୧ବର୍ଷ) | ପ୍ରକାଶ ଯେ, ୧୮ ତାରିଖ ଖରିଆର ରୋଡ ସହର ୱାର୍ଡ ନମ୍ବର ୧୧ ରାଜେନ୍ଦ୍ର ସିଂଙ୍କ ପୁଅ ସ୍ମିତ ସିଂ ଗୁରୁଦତ୍ତାଙ୍କ ଘରର କବାଟ ଭାଙ୍ଗି କିଛି ଦୁର୍ବୁତ୍ତ ପସି ଆସି ଗୋଟିଏ ସୁନା ଚେନ, ଗୋଟିଏ ଯୋଡି କାନଫୁଲ ଓ ନଗଦ ୧୫ ହଜାର ଟଙ୍କା ଚୋରି କରି ନେଇଯାଇଥିଲେ | ଏ ନେଇ ସ୍ମିତ ସିଂ ଗୁରୁଦତ୍ତା ଜୋଙ୍କ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ | ଖରିଆର ରୋଡ ପୋଲିସ ଆଇପିସି ଧାରା ୪୫୭/୩୮୦ ରେ କେସ ନମ୍ବର ୯୩ ରୁଜୁ କରି ତୁରନ୍ତ ତଦନ୍ତ ଆରମ୍ବ କରିଦେଇଥିଲା | ଖରିଆର ରୋଡ ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମୀଙ୍କ ନିର୍ଦେଶ କ୍ରମେ ଏସଆଇ ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏସଆଇ ସୀତାକାନ୍ତ ଖମାରି, ଏସଆଇ ଅଶୋକ ପରିଡା, ଏଏସଆଇ ପ୍ରତାପ କୋଲକା, କନଷ୍ଟେବଲ ପ୍ରଦୀପ ପାଣିଗ୍ରାହୀ, ଦିଗାମ୍ବର ସତନାମୀ ପ୍ରମୁଖ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରିଥିଲା, କିଛିଦିନ ପୂର୍ବରୁ ଜେଲରୁ ବାହାରି ଥିବା ବ୍ୟକ୍ତିଙ୍କୁ ପଚରା ଉଚୁରା କରି ଏବଂ ସ୍ଥାନୀୟ ଅଂଚଳର ଅଭ୍ୟାସଗତ ଚୋରଙ୍କୁ ଟ୍ରାକ କରି କେସ ରେଜିଷ୍ଟ୍ରେସନ ହେବାର ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରି ଚୋରୀ ସାମଗ୍ରୀକୁ ଉଦ୍ଧାର କରିଥିଲେ | ତେବେ ଅଭିଯୁକ୍ତ ମହମ୍ମଦ ସିରାଜର ପୂର୍ବରୁ ମଧ୍ୟ ନୂଆପଡା ଥାନା, ଜୋଙ୍କ ଥାନା ଓ ଛତିଶଗଡ଼ର କୋମାଖାନ ଥାନାରେ ଏପରି କେସ ଅଛି | ପୋଲିସ ଅଭିଯୁକ୍ତକୁ ଏସଡିଜେଏମ ନୂଆପଡା କୋର୍ଟ ଚାଲାଣ କରି ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.