ପୁରୁଷୋତ୍ତମପୁର ବ୍ଲକର ୧୫ଗୋଟି ପଞ୍ଚାୟତ ଓ ଏନଏସିର କର୍ମୀଙ୍କୁ ନେଇ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଡେରିରେ ହେଲେ ମଧ୍ୟ ବିଜେଡି ନେତୃବୃନ୍ଦଙ୍କ ଚୈତନ୍ୟ ଉଦୟ ହୋଇଛି | କିଛି ପେପର ଓ ପୋର୍ଟାଲ ରେ ବିଜେଡି ବୁଡି ଯିବାକୁ ବସିଛିଏବଂ ଏହାର ନିରାକରଣ ଅତି ଜରୁରୀ ଖବର ଟି ପ୍ରସାରିତ ହେବା ପରେ ତାରାତାରିଣୀ ସିଂହ ଦ୍ଵାର ଠାରେ ଥିବା ଏକ ଘରୋଇ ହୋଟେଲରେ ବାଉରୀ ବନ୍ଧୁ ପଣ୍ଡା ଓ ଦୈତାରୀ ବେହେରା ଏବଂ ନିର୍ମଳ ଚନ୍ଦ୍ର ସାହୁଙ୍କଙ୍କ ସଂଯୋଜନା ରେ ପୁରୁଷୋତ୍ତମ ପୁର ଏନଏସସି ଏବଂ ବ୍ଲକର ୧୫ ଗୋଟି ପଞ୍ଚାୟତ ର କର୍ମକର୍ତ୍ତା, ନେତା କର୍ମୀଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା | ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପର୍ଯ୍ୟ ବେକ୍ଷକ ଲିଲୁ ମହାନ୍ତି ଯୋଗ ଦେଇ କର୍ମୀଙ୍କ ଅସନ୍ତୋଷକୁ ମୁଁ ହୃଦୟଙ୍ଗମ କରିପାରୁଛି କହି ବୈଠକ ଆରମ୍ଭ କରିଥିଲେ | ବୈଠକର ମୁଖ୍ୟ ବିଷୟ ଥିଲା କର୍ମୀ, ନେତାଙ୍କ ମନରେ ଥିବା ଅସନ୍ତୋଷକୁ ଦୂର କରି ଖଲ୍ଲିକୋଟ ବିଜେଡି ବିଧାୟିକାପାର୍ଥିନୀ ସୂର୍ଯ୍ୟ ମଣୀ ବୈଦ୍ୟ ଓ ଆସ୍କା ସାଂସଦ ବିଜେଡି ପାର୍ଥିନୀ ରଞ୍ଜିତା ସାହୁଙ୍କୁ ବିପୁଳ ଭୋଟରେ ବିଜୟ କରିବା | କଥାରେ ଅଛି ‘ମଇଁଷି ସିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା” ନ୍ୟାୟରେ ଆମେ ସମସ୍ତେ ଏକଜୁଟ ହୋଇ ନବୀନ ବାବୁଙ୍କ ହାତକୁ ସୁଦୃଢ଼ କରି ତାଙ୍କୁ ପୁଣି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ସମସ୍ତେ କାମ କରିବାକୁ ଅନୁରୋଧ କରିଥିଲେ | ବିରୋଧୀଙ୍କ ଘାତକ ବୋଲିଙ୍ଗକୁ ସାମ୍ନା କରିବାକୁ ସମସ୍ତେ ସବୁ ମତାନ୍ତର, ମନାନ୍ତର କୁ ଭୁଲି କାମ କରିବାକୁ ମୁଖ୍ୟ ଅତିଥି ଙ୍କ ସହ ଅନ୍ୟ ମଞ୍ଚାସିନ ଅତିଥି ମାନେ ମତ ଦେଇଥିଲେ | ତେବେ କିଛି କାଉନସିଲର ଓ ପଞ୍ଚାୟତର କର୍ମୀମାନେ ବିଜେଡି ଦଳରେ ଆମେ ମାନେ କଣ ଠେସା ହେଉଛନ୍ତି ବୋଲି ବିଷୋଦଗାର କରି ମତ ଦେଇଥିଲେ | ଏହାର ଉତ୍ତରରେ ମୁଖ୍ୟ ଅତିଥି ଗୋଟିଏ ଘର ଆମେ ଯେତେବେଳେ ପରିବାର ସହିତ ରହୁଛେ ବେଳେ, ବେଳେ କିଛି ଅସୁବିଧା ସୃଷ୍ଟି ହେଉଛି, ତାହା ବୋଲି କଣ ପରିବାରକୁ ଛାଡି ଚାଲିଯିବାକିବୋଲି କହିଥିଲେ | ତେବେ ସମସ୍ତ ନେତା କର୍ମୀଙ୍କୁ ଧରି ଆମେ ବାଟ ଚାଲିବା ଓ ମନରେ ଥିବା ସବୁ ରାଗ, ରୁଷା, ଓ ଅଭିମାନ କୁ ଭୁଲି ଯାଇ ସାଢେ ଚାରି କୋଟିର ନେତାଙ୍କ ପାଇଁ ବିଧାୟିକା ଓ ସାଂସଦ ପାର୍ଥୀଙ୍କ ପାଇଁ କାମ କରିବା ବୋଲି ପର୍ଯ୍ୟବେକ୍ଷକ କହିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ନେତା ଲିଙ୍ଗରାଜ ସାହୁ, ଦିଗାମ୍ବର ପାଣିଗ୍ରାହୀ, ସନ୍ତୋଷ କୁମାର ଦାଶ, ନୀଳମଣି ପଣ୍ଡା, ସୁଦର୍ଶନ ନାୟକ, ପ୍ରେମାନନ୍ଦ ସାହୁ,ଅଶୋକ ମହାଙ୍କୁଡ, କୃଷ୍ଣ ଚନ୍ଦ୍ର ପଣ୍ଡା, ଭାସ୍କର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ବେହେରା, କମଳ ଲୋଚନ ମହାପାତ୍ର, ରାଇପୁର ସରପଞ୍ଚ ନମିତା ବେହେରା , ବିଚିତ୍ର ବେହେରାଙ୍କ ସହ ସବୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.