ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ -ମୁଖ୍ୟ ନିର୍ବାଚନ ଅଧିକାରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଗଞ୍ଜାମ ଜିଲାରେ ପ୍ରାକ୍ ନିର୍ବାଚନ ହିଂସାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବୟାନ ଦେଇଛନ୍ତି। ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭାରତ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଶୂନ୍ୟ ସହନଶୀଳତା ନୀତି ଅତ୍ୟନ୍ତ ସ୍ପଷ୍ଟ ବୋଲି ସେ ସୂଚିତ କରିବା ସହ ଗଞ୍ଜାମ ଜିଲାରେ ପ୍ରାକନିର୍ବାଚନୀ ହିଂସାକୁ ଆୟତ୍ତ କରିବା ପାଇଁ ତୁରନ୍ତ ବିଧି ସମ୍ମତ ପଦକ୍ଷେପ ଗ୍ରହଣ କରି ଅତି ଶ୍ରୀଘ୍ର ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.