ରାଜପଥ କଡ଼ରେ ବସିଥିବା ଲୋକଙ୍କୁ ପିଟିଲା କାର; ଜଣେ ମୃତ, ୫ ଗୁରୁତର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଲା ଏନଏଚ-୨୬ ଉପରେ ବଡ ଧାରଣର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ବରେ ବସିଥିବା ଲୋକମାନଙ୍କୁ ପିଟିଲା କାର। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଜୁନାଗଡ଼ ପଟରୁ ଗୋଟିଏ ନୂତନ କିଆ କାର ଗାଡି ନଂ OD01AX2225 ମୋଟେର ଆଡ଼କୁ ଦୃତ ଗତିରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ବରେ ବସିଥିବା ୬ଜଣ ବ୍ୟକ୍ତିଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତରଖାନାକୁ ନିଆଯାଇଛି। ମୃତ ବ୍ୟକ୍ତି ଜଣକ କୋକସରା ଥାନା ଅନ୍ତର୍ଗତ ଜଳତାମୁଣ୍ଡା ଗ୍ରାମର ଲୟ ମୁଣ୍ଡା (୩୫) ବୋଲି ଜଣା ପଡ଼ିଛି। ସେ ନିଜ ଶ୍ଵଶୁର ଘର ମହିଚଳାକୁ ଆସିଥିଲେ। ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିମାନଙ୍କୁ ଜୁନାଗଡ଼ ପୋଲିସ ଥାନାକୁ ନେଇ ତଦନ୍ତ ଚଳାଇଥିବା ଜଣାପଡିଛି। ଶୁକ୍ରବାର ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ପାଇଁ ଧାରଣାରେ ବସିଛନ୍ତି। ଫଳରେ ଜୁନାଗଡ଼ରୁ ମୋଟର ଯାତାୟାତ ଠପ୍ ରହିଥିବାବେଳେ ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଅଟକି ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.