ଚ଼େତନା ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଓ ସଙ୍ଗୀତ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ ଚ଼େତନା ଅନୁଷ୍ଠାନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଯୋଗ ଗୁରୁ ଦୀପକ କୁମାର ଗିରି ମୁଖ୍ୟ ଅତିଥି ଏବଂ ଦିବ୍ୟାଙ୍ଗ ଯୋଗଗୁରୁ ଆଦିତ୍ୟ ମହାନ୍ତି ମୁଖ୍ୟ ପୁରୋଧା ଭାବେ ଯୋଗ ଦେଇ ଯୋଗ ଦିବସ ଉପକାରିତା ସମ୍ପର୍କରେ ସବିଶେଷ ବକ୍ତବ୍ୟ ରଖିବା ସହ ବିଭିନ୍ନ ପ୍ରକାର ଯୋଗ, ପ୍ରାଣାୟମର ମାର୍ଗଦର୍ଶନ କରିବା ସହ ଯୋଗ ପ୍ରାଣାୟାମ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଓଆରଫର ପ୍ରୋଗ୍ରାମ ମ୍ୟାନେଜର ସାଗରିକା ଚ଼ଇନି, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗର ଗବେଷଣାରତ ଶିକ୍ଷୟିତ୍ରୀମାନେ, ଚ଼େତନା ଅନୁଷ୍ଠାନର ସାଧାରଣ ସମ୍ପାଦକ ଡଃ ନାରାୟଣ ଚ଼ନ୍ଦ୍ର ପତି ପ୍ରମୁଖ ଯୋଗଦେଇ ଯୋଗ ଦିବସର ମହତ୍ତ୍ୱ ଏବଂ ଯୋଗାଭ୍ୟାସ ଦ୍ୱାରା ବ୍ୟକ୍ତିର ଶାରିରୀକ, ମାନସିକ ଶକ୍ତି ଓ ଆଧ୍ୟାତ୍ମିକ ଚେତନାର ବୃଦ୍ଧି ହୋଇଥାଏ ବୋଲି ମତପ୍ରକାଶ କରିଥିଲେ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଶୀ ପ୍ରାଧ୍ୟାପକ ଡ଼ଃ ପ୍ରଦୀପ କୁମାର ଦାସ ସଙ୍ଗୀତର ଉପକାରିତା ଉପରେ ଅନେକ ଉଦାହରଣ ସହ ବକ୍ତବ୍ୟ ରଖିଥିଲେ। ଏହାପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚେତନା ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଚେତନା ମହାବିଦ୍ୟାଳୟର ସ୍ୱତନ୍ତ୍ର ଶିକ୍ଷା ବିଭାଗୀୟ ମୁଖ୍ୟ ଡ଼ଃ ଭାଗିରଥୀ ମହାପାତ୍ର ପରିଚାଳନା କରିଥିଲେ। ପରିଶେଷରେ ଚେତନା ମହାବିଦ୍ୟାଳୟର ଉପାଧ୍ୟକ୍ଷ ଲଲାଟେନ୍ଦୁ କର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.