୬ବର୍ଷ ଶିଶୁକନ୍ୟାର ସନ୍ଦେହ ଜନକ ମୃତ୍ୟୁ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରାମରେ ଜଣେ ୬ ବର୍ଷର ଶିଶୁ କନ୍ୟାର ସନ୍ଦେହ ଜଣକ ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ଗଣେଶ ମହାପାତ୍ରଙ୍କ ଝିଅ ନିଶା ମହାପାତ୍ର ବୋଲି ଜଣାପଡିଛି। ତେବେ ଶିଶୁର ବେକରେ ଦାଗ ଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ ଶିଶୁ ସ୍ଥାନୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ସବୁଦିନ ଭଳି ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଶିଶୁ ସ୍କୁଲରୁ ଘରକୁ ଆସିବା ପରେ ଘରେ ସୋଇଥିଲେ। ଶିଶୁଙ୍କ ବାପା ଗଣେଶ ଘରକୁ ଅପରାହ୍ନ ପ୍ରାୟ ୪ଟା ରେ ଫେରିବା ପରେ ଶିଶୁକୁ ଉଠାଇଥିଲେ ମଧ୍ଯ ସେ ଉଠିନଥିଲା। ଗଣେଶ ଝିଅର ବେକରେ ଦାଗ ଥିବା ଦେଖି ତୁରନ୍ତ ଶିଶୁକୁ ଏକ ବାଇକ ଯୋଗେ ଉଲୁଣ୍ଡା ଡାକ୍ତର ଖାନାକୁ ଆଣିଥିଲେ। ମାତ୍ର ଏଠାରେ ପ୍ରାଥମିକ ଚିକିତ୍ସା ପରେ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ପଟେ ପୂର୍ବରୁ ସ୍ତ୍ରୀର ମାନସିକ ସ୍ଥିତି ଠିକ୍ ନଥିବା ସ୍ବାମୀ ଗଣେଶ ପ୍ରକାଶ କରିଥିବା ବେଳେ ଶିଶୁଙ୍କ ବେକରେ ଦାଗକୁ ନେଇ ସନ୍ଦେହ ଦେଖାଯାଇଛି। ବୀରମହାରାଜପୁର ପୋଲିସ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.