ବଲାଂଗିର ଜିଲ୍ଲା ଯୁବ ଯାଦବ ସ୍ବାଭିମାନ ସମାବେଶ 

ବଲାଂଗିର,୩/୨:  ସଇନ୍ତଲା ସ୍ଥିତ ରମେଶ ସିଂ ଭୋଇ ପଡିଆ ଠାରେ ଆଜି (ରବିବାର)  ବଲାଂଗିର ଜିଲ୍ଲା ଯୁବ ଯାଦବ ସ୍ବାଭିମାନ ସମାବେଶ ମହାସମାରେହରେ ଅନୁଷ୍ଠିତ ହୋଇଯାଇଛି । ଯୁବ ଯାଦବ ମହାସଭାର ୩୦୦୦ ରୁ ଉର୍ଦ୍ଧ କର୍ମକର୍ତ୍ତାମାନେ ସିଂ ଭୋଇ ପଡିଆ ଠାରୁ ବାହାରି ଚଣ୍ଡୀ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରିବା ପରେ ସହର ପରିକ୍ରମା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନ ମାନଙ୍କରେ ଯାଦବ ମାନଙ୍କ ଦ୍ବାରା ବନାବାଡି ପ୍ରଦର୍ଶିତ ହୋଇଥିଲା ।

Omkar Vasthu
Omkar Vasthu

ଏହି ସମାବେଶରେ ଜିଲ୍ଲା ଯାଦବ ମହାସଭାର ସଭାପତି ଶ୍ରୀଯୁକ୍ତ ପରମାନନ୍ଦ ହାତୀ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ମନୋଜ କୁମାର ହାତୀ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ଯୁବ ଯାଦବ ସ୍ବାଭିମାନ ସମାବେଶରେ ଯୁବ ଯାଦବ ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ବେହେରା, ରାଜ୍ୟ ସଂମ୍ପାଦକ ପ୍ରଦୀପ କୁମାର ବେହେରା, ସାଧାରଣ ସଂପାଦକ ଉତ୍କଳ ଯାଦବ ମହାସଭା ଲମ୍ବୋଦର ନିଆଲ ଓ କିର୍ତ୍ତନ ନାଏକ,

Pearl dental clinic
Near Ashish Medical Store, Bhawanipatna

ରାଜ୍ୟ ପ୍ରକଳ୍ପ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ଜିଲ୍ଲା ଉପଦେଷ୍ଟା ପିତାମ୍ବର ବଗର୍ତ୍ତୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସେଲମା,ଜିଲ୍ଲା ଯୁବ ଯାଦବ ସଭାପତି ଦିଲିପ କୁମାର ରାଜପାଲିଆ, ସଇନ୍ତଲା ବ୍ଲକ ସଭାପତି ମନୋହର ବାଗ, ଉପଖଣ୍ଡ ସ୍ତରୀୟ ଯାଦବ ସଭାପତି ଘିନୁ ଆଡଜୁଆଡ୍, ଜିଲ୍ଲା ଉପ ସଭାପତି ଦିଲିପ ଖର୍ସେଲ, ବ୍ଲକ ଯୁବ ଯାଦବ ସଭାପତି ସଇନ୍ତଲା ଫିରୋଜ ବଗର୍ତ୍ତୀ, ସଇନ୍ତଲା ଉପଦେଷ୍ଟା ଦୀନବନ୍ଧୁ ବାଗ, ବିନୋଦ ବିହାରୀ ବଗର୍ତ୍ତୀ, ସଇନ୍ତଲା ଉପ ସଭାପତି ବିଜୟ କୁମାର ବିଶି ଓ କାଲିଆ ଭାଟି, କୃଷକ ନେତା ବାଳକୃଷ୍ଣ ଷାଣ୍ଢ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ତିନି ହଜାର ରୁ ଉର୍ଦ୍ଧ ଯାଦବ ମାନଙ୍କ ସମାଗମ ହୋଇଥିଲା ।

Udyog Nursery
Udyogi Nursery

ଅତିଥି ମାନେ ଯାଦବ ମାନଙ୍କ ଇତିହାସକୁ ମନେପକାଇବା ସହିତ ସମସ୍ତ କ୍ଷେତ୍ରରେ ଯାଦବ ମାନଙ୍କ ବିକାଶ ହୋଇପାରିବ ଓ ଆଗାମୀ ନିର୍ବାଚନରେ ଦଳ ଗତ ନିର୍ବିଶେଷରେ ଯାଦବ ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।

ଟିଟିଲାଗଡ ପ୍ରତିନିଧି ଭିଷ୍ମସେନ୍ ମହାକୁର ଓ ପଶ୍ଚିମ ଓଡିଶା ବ୍ୟୁରୋ ରାମ ନାରାୟଣ ବାଗଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.