ତୈଳ ଓ ଗ୍ୟାସ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ନୂଆପଡା,୪/୧: ପେଟ୍ରୋଲିୟମ ଓ ଅନୁସନ୍ଧାନ ସଂଘ, ବିଭିନ୍ନ ତୈଳ କମ୍ପାନୀ ଗୁଡିକର ଆନୁକୂଲ୍ୟରେ  ସଂରକ୍ଷଣ ମହୋତ୍ସବ ପାଳନ ହେଉଛି । ଏହି କ୍ରମ ରେ ସ୍ଥାନୀୟ ନୂଆପଡା ପୋଲିସ ପଡିଆ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନ  ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଇଣ୍ଡିଆନ ଅଏଲର ମ୍ୟାନେଜେର ଶରତ କୁମାର ସଭାପତିତ୍ୱ କରି ଥିବା ବେଳେ, ଉପଜିଲ୍ଲାପାଳ ତରଣୀ ସେନ ମୁଖ୍ୟ ଅତିଥି, ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ କନ୍ଧାର୍ପ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ ।ଏହି ଅବସରରେ ରେ ତୈଳ ସଂରକ୍ଷଣ ର ଆବଶ୍ୟକତା ଓ କାଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଷ୍ୟ ବିଷୟରେ ଅତିଥି ମାନେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ଲାକାର୍ଡ଼ ଧରି ଏକ ପଦଯାତ୍ରା ରେ ନଗର ପରିକ୍ରମା କରି ଥିଲେ । କାର୍ଯ୍ୟକ୍ରମ କୁ ଇଣ୍ଡିଆନ ଅଏଲ ର କାର୍ଯ୍ୟକର୍ତା ମାନେ ପରିଚାଳନା କରି ଥିଲେ ।

Omkar Vasthu
Omkar Vasthu

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ oduabarta.in

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.