ଆନ୍ଧ୍ରପ୍ରଦେଶରେ ଧର୍ମଗଡର ଦାଦନ ଶ୍ରମିକଙ୍କ ମୃତ୍ୟୁ

ଜନ୍ମ ମାଟିକୁ ଆସି ପାରିଲାନି ଶବ

ଧର୍ମଗଡ,୪/୨: ପୁଣି ଏକ ଦାଦନ ଦୂଃଖ । ନିଜ ଅଞ୍ଚଳରେ କାମଧନ୍ଦା ନପାଇ ପେଟ ଚାଖଣ୍ଡେ ପାଇଁ ଆନ୍ଧ୍ର ପ୍ରଦେଶର ଏକ ଇଟା ଭାଟିରେ ଦାଦନ ଖଟୁଥିବା ସମୟରେ ବିଶଧର ସର୍ପ ଦଂଶନରେ ମୃତ୍ୟୁ ମୁଖରେ ପଡିଛନ୍ତି ଧର୍ମଗଡ ବ୍ଲକ ଅଞ୍ଚଳର ଜଣେ ମହିଳା । ସବୁ ଠାରୁ ଦୂଃଖଦ କଥା ହେଲା ଉକ୍ତ ମହିଳାଙ୍କ ଶବ ଜନ୍ମମାଟିକୁ ଆସି ପାରିଲା ନାହିଁ । ଆନ୍ଧ୍ର ମାଟିରେ ବିଳିନ ହୋଇଗଲା କଳାହାଣ୍ଡିର ଜଣେ ଦାଦନର ମର ଶରୀର ।

ପ୍ରାପ୍ତ ସୂଚନାରୁ ପ୍ରକାଶଯେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ଛଞ୍ଚାଣବାହାଲି ପଞ୍ଚାୟତ ଅଧିନସ୍ଥ ପଲସପାଣୀ ଗ୍ରାମର ଟିବୁ ପରାଭୋଇ ଓ ତାଙ୍କ ଧର୍ମପତ୍ନି ପଦ୍ମୀନୀ ପରାଭୋଇ ତିନି ମାସ ତଳେ ଜଣେ ଦଲାଲଙ୍କ ସହିତ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ସାଥନଗର ଜାଇ ଇଟା ତିଆରି କାମରେ ନିୟୋଜିତ ଥିଲେ । ଗତ ୨୮ ତାରିଖ ସୋମବାର ଦିନ ସକାଳୁ ପଦ୍ମୀନୀଙ୍କୁ ଏକ ବିଷଧର ସର୍ପ ଦଂଶନ କରିଥିଲା । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ସିକନ୍ଦରାବାଦ ସ୍ଥିତ ଗାନ୍ଧୀ ମେଡିକାଲରେ ବହୁ ବିଳମ୍ବରେ ଭର୍ତ୍ତି କରାଯାଇଥିଲା ।ଦିର୍ଘ ୬ ଦିନ ପର୍ଯ୍ୟନ୍ତ ମେଡିକାଲରେ ରହିଥିଲେ ମଧ୍ଯ  ଚିକିତ୍ସାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା ।  ଗତ ଶନିବାର ଦିନ ରାତିରେ ପଦ୍ମିନୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏ ସମ୍ପର୍କରେ ତାଙ୍କ ପୁତ୍ର ଓ ସ୍ବାମୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଶବ ଆଣିବା ପାଇଁ କୌଣସି ସୁବିଧା ନ ହେବାରୁ ସେଠାରେ ହିଁ ଅନ୍ତିମ ଶତ୍କାର କରାଗଲା ବୋଲି ପ୍ରକାଶ କରିବା ସହିତ ଅଧିକ ତଥ୍ଯ ଦେବା ପାଇଁ ମନା କରିଥିଲେ ।

ଧର୍ମଗଡ ରୁ ଲବଣି ରାଉତଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.