ସଟ୍‌ ସର୍କିଟ ହୋଇ ଘରେ ଲାଗିଲା ନିଆଁ, ବହୁ ଜିନିଷ ପୋଡି ନଷ୍ଟ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶଙ୍କ ଘରେ ଭଡା ରହୁଥିବା ଜଣେ ଶିକ୍ଷକ ଘରେ ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି । ଭଡାରେ ରହୁଥିବା ଶିକ୍ଷକ ଜଣକ ଅନୁପସ୍ଥିତ ଥିବା ଯୋଗୁଁ ଘର ତାଲା ଝୁଲୁ ଥିଲା । ଘର ଭିତରୁ ଧୂଆଁ ବାହାରୁ ଥିବା ବିଷୟ ଆଖପାଖ ସାହି ବାସିନ୍ଦା ଓ ନିକଟରେ ଥିବା ସିଆରପିଏଫ୍‌ ବାଟାଲିୟନ ଦେଖିବା ପରେ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରୁଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.