ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ସ୍ବର୍ଗତ ପ୍ରଫୁଲ କରଙ୍କ ଉଦ୍ଦେଶ୍ୟରେ ଶୋକସଭା

ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟାଳୟ, ଜନାନା ହସପିଟାଲ ରୋଡ଼ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ଠାରେ ବରିଷ୍ଠ ସଂଗୀତଜ୍ଞ ସ୍ୱର୍ଗତ ପ୍ରଫୁଲ କରଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ବର୍ଗତ କରଙ୍କ ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ସଂଘର ଉପଦେଷ୍ଠା ସୁବାସ ଚନ୍ଦ୍ର ସାହୁ, ଉପ ସଭାପତି ଦେବେନ୍ଦ୍ର ପ୍ରସାଦ ଶର୍ମା, ସହ ସଂପାଦକ ବଳଦେବ ସାହୁ, ବରିଷ୍ଠ ସଭ୍ୟ ସଂକର୍ଷଣ ସାବତ, ରବୀନ୍ଦ୍ର କୁମାର ନାୟକ, ଶରତଚନ୍ଦ୍ର ପାଢ଼ୀ, ବଳରାମ ମହାପାତ୍ର ଓ ଅନେକ ସଭ୍ୟ ଉପସ୍ଥିତ ରହି ସ୍ବର୍ଗତ ପ୍ରଫୁଲ କରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସଂଗେ ସଂଗେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.