ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ : ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ଗଣ୍ଡମୁଣ୍ଡା ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିବା ସୂଚନା ମିଳିଛି । ପ୍ରକାଶ ଯେ, ବାଲିଗୁଡାରୁ ବୁଡାଗୁଡା ଯାଉଥିବା ଘରୋଇ ଯାତ୍ରୀ ବାହୀ ବସ ଓ଼ମ ଭବାନୀ ଓଆର-୧୨ବି-୧୯୫୬ ରେ ଥିବା ୩୦ ଯାତ୍ରୀଙ୍କ ମଧ୍ୟରେ ୧୫ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ଆଖ ପାଖ ସ୍ଥାନୀୟ ଲୋକେ ଜାଣିବା ପରେ ଆମ୍ବୁଲାନ୍ସକୁ ଡକାଇ ବାଲିଗୁଡା ମେଡିକାଲକୁ ଆଣି ଭର୍ତ୍ତୀ କରି ଚିକିତ୍ସା ଅବ୍ୟାହତ ରହିଛି । ଦୁର୍ଘଟଣା ପରେ ବସ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.