ମସଜିଦରେ ଭୟଙ୍କର ବିସ୍ପୋରଣ : ୩୩ ମୃତ, ୪୩ ଗୁରୁତର ଆହତ

ଓଡ଼ିଆ ବାର୍ତ୍ତା/ କୁନ୍ଦୁଜ: ଉତ୍ତରାଞ୍ଚଳ ଆଫଗାନିସ୍ତାନରେ ଥିବା କୁନ୍ଦୁଜ ପ୍ରଦେଶର ଇମାମ‌ ସାହିବ‌ ଜିଲ୍ଲାରେ ଥିବା ଏକ ମସଜିଦରେ ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ ୩୩ ଜଣଙ୍କ ମୃତ୍ୟୁ ହେବା ସହିତ ୪୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ପିଲା ରହିଥିବା ସୂଚନା ତାଲିବାନ ନେତୃତ୍ୱାଧୀନ କାମଚଳା ସରକାରର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ ଦେଇଛନ୍ତି । ସୂଚନା ଅନୁସାରେ ପବିତ୍ର ରମ୍‌ଜାନ ମାସ ପାଳିବା ଲାଗି ଦଳେ ଉପାସନାକାରୀ ବିଶେଷ ଧରଣର ଧାର୍ମିକ ରୀତି ‘ଜିକ୍ର’ର ଆୟୋଜନ କରୁଥିଲେ । ଏହି ସମୟରେ ମସ୍‌ଜିଦର ଗୋଟିଏ ପାର୍ଶ୍ୱରେ ବିସ୍ପୋରଣ ହୋଇଥିଲା ଓ ସେହି ପାଶ୍ୱର୍ଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା ।

 

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.