ଅନ୍ଧବିଶ୍ୱାସ ନେଲା ଆଉ ଏକ ଜୀବନ: ଗୁଣିଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା

ଓଡିଆ ବାର୍ତ୍ତା/ କାଶିପୁର (ଆଲାରାମ ଭତ୍ରା): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକା ବାହାଲ ପଞ୍ଚାୟତ ଅନ୍ତର୍ଗତ ତିଟିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଉକ୍ତ ଗ୍ରାମର ଦହି ମାଝୀଙ୍କୁ ଗାଁର କିଛି ଲୋକେ ଗୁଣିଗାରେଡି ସନ୍ଦେହରେ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ କିଛି ଦିନରୁ ପୂର୍ବରୁ ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ ମାରପିଟ୍ ହୋଇଥିଲା । ଯାହାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ପୁଲିସ ଏହି ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା କି ସମାଧାନର ବାଟ ପାଇ ନ ଥିଲା । ତେବେ ସବୁ ଦିନ ଭଳି ଦହି ମାଝୀ ନିଜର ଦୁଇ ପୁଅ ଲାଲୁ ମାଝୀ ଓ ଦୁର୍ଜ ମାଝୀଙ୍କୁ ଧରି ରାତି ଶୋଇଥିଲେ । ଏହି ସମୟରେ ଗାଁର କିଛି ଲୋକେ ଦୁଇ ପୁଅଙ୍କୁ ମାଡ଼ ମାରି ଗଛରେ ବାନ୍ଧିଦେଇଥିଲେ । କିନ୍ତୁ ନିଜର ବୁଦ୍ଧି ଲଗାଇ ଶିଶୁ ଦୁଇଟି ଉକ୍ତ ସ୍ଥାନରୁ ଖସି ଯାଇଥିଲେ, ଏହାପରେ ଦହି ମାଝୀଙ୍କୁ ପିଟିପିଟି ହତ୍ୟା କରିଥିବା ଲିଖିତ ଅଭିଯୋଗ ହୋଇଛି । ଅନ୍ୟପଟେ ଲାଲୁ ମାଝୀ ଓ ଦୁର୍ଜ ମାଝୀ ଦୁଇ ଜଣଙ୍କୁ ଟିକିରି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦହି ମାଝୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦିନମାଝୀ, ମାନୁମାଝୀ, ନର ମାଝୀ, ରାଧବମାଝୀ, ଭିମ ମାଝୀ ଓ ଲମ୍ବୁ ମାଝୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.