ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ଆୟୋଜିତ ହେବାକୁ ଥିବା ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆସନ୍ତା ଅକ୍ଟୋବର ୧୬ ତାରିଖ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଡୁଙ୍ଗୁରିପାଲିରେ ହେବାକୁ ଥିବା ବିଜେଡିର ପଦଯାତ୍ରା ପାଇଁ ଆଜି ରାମପୁର ବିଜେଡି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଅର୍ଥ ଓ ସଂସଦୀୟ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଉପସ୍ଥିତ ରହି ସମସ୍ତ ବିଜେଡି କର୍ମୀକୁ ଯେପରି ପଦଯାତ୍ରା ସଫଳ ହେବ ସେ ବିଷୟରେ ଆଲୋଚନା କରିଥିଲେ । ବିଜେଡି ବ୍ଲକ ସଭାପତି ହିମାଂଶୁ ଶେଖର ବିଶ୍ୱାଳ, ବ୍ଲକ ଉପାଧ୍ୟକ୍ଷ ବେଲାର ସାହୁ, ସରପଞ୍ଚ ସଙ୍ଘ ସଭାପତି ମନୋଜ ପୁରୋହିତ, ସମିତି ସଂଘ ସଭାପତିଙ୍କ ପ୍ରତିନଧି ଧର୍ମେନ୍ଦ୍ର ବିଶ୍ୱାଳ, ଜିଲ୍ଳା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ଠେଲା ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଡୁଙ୍ଗୁରିପାଲି ବ୍ଲକର ସମସ୍ତ ବିଜେଡି ସରପଞ୍ଚ, ସମିତି ସଭ୍ୟ ଏବଂ ବିଜେଡି କର୍ମୀ ଉପସ୍ଥିତ ଥିଲେ । ବ୍ଲକର ସମସ୍ତ ବିଜୁ ପ୍ରେମୀ ଆସନ୍ତା ୧୬ ତାରିଖ ରବିବାର ଦିନ ହେବାକୁ ଥିବା ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହେବାକୁ ବିଜେଡି ପକ୍ଷରୁ ଅନୁରୋଧ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.