ଜୟପାଟଣାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶତାଧିକ ଏନପିଏସ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଲଲିତ କୁମାର ନାଏକଙ୍କ ସଭାପତିତ୍ବରେ ପ୍ରତିବାଦ ସଭାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବିଶିଷ୍ଟ ଶିକ୍ଷକ ପ୍ରମୋଦ କୁମାର ଠାକୁର, ଗୋବର୍ଦ୍ଧନ ବିଶ୍ବାଳ, ସଞ୍ଜୟ କୁମାର ପଣ୍ଡା, ଅଶୋକ କୁମାର ମୁଣ୍ଡ, ଅନିଲ ପଟ୍ଟନାୟକ ଓ ତୁଲୀ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଉକ୍ତ ବୈଠକରେ ବିଗତ ଦିନରେ ଓଡିଶା ସରକାର ପ୍ରାଥମିକ ଶିକ୍ଷକ ମାନଙ୍କ ପ୍ରତି କରାଯାଇଥିବା ବୈମାତୃକ ମନୋଭାବ ପୋଷଣ ଏବଂ ଅନ୍ୟାୟ ବିରୋଧରେ ମତ ପ୍ରକାଶ ପାଇଥିଲା । ରାଜ୍ୟ ସରକାର ସମସ୍ତ ଚୁକ୍ତି ଭିତ୍ତିକ କର୍ମଚାରୀ ମାନଙ୍କୁ ନିୟମିତ କରିଥିବା ବେଳେ ପୂର୍ବରୁ ନିୟମିତ ହୋଇଥିବା କର୍ମଚାରୀ ମାନଙ୍କୁ ଛଅଟି ଇକ୍ରିମେଣ୍ଟ ପ୍ରଦାନ ସହିତ ଛଅ ବର୍ ର ଚୁକ୍ତି ଭିତ୍ତିକ ସମୟକୁ ମୂଳ ଚାକିରି ସହ ଗଣନା କରାଯାଇଥିଲା କିନ୍ତୁ ଏହା ପ୍ରାଥମିକ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଲାଗୁ କରାଯାଇନଥିଲା । ଯଦି ଆଗାମୀ ଦିନରେ ପ୍ରାଥମିକ ଶିକ୍ଷକ ମାନଙ୍କୁ ଛଅ ଗୋଟି ଇଂକ୍ରୀମେଣ୍ଟ ପ୍ରଦାନ ସହ ଛଅ ବର୍ଷ ର ସମୟ ଅବଧି ମୂଳ ଚାକିରି ରେ ଗଣନା କରି ଏକ୍ସ କ୍ୟାଡ଼ର ଶିକ୍ଷକ ମାନଙ୍କୁ କ୍ୟାଡ଼ର ଭୂକ୍ତ କରିବା ଏବଂ ନୂତନ ପେନସନ ଯୋଜନାକୁ ହଟାଇ ପୁରାତନ ପେନସନ ଯୋଜନା କାର୍ଯ୍ୟକାରୀ ନ କଲେ ଆଗାମୀ ଦିନରେ ରାଜ୍ୟ ସଂଘର ଡାକରାରେ ସାମିଲ ହୋଇ ଭୁବନେଶ୍ୱର ରାଜରାସ୍ତାରେ ପ୍ରତିବାଦ କରିବା ପାଇଁ ମଞ୍ଚାସିନ ଅତିଥି ମାନେ ମତ ପ୍ରକାଶ କରିଥିବା ସୁଚନା ମିଳିଛି । ଜୟପାଟଣା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ରମାକାନ୍ତ ମାଝୀ ସଭା ପରିଚାଳନା କରିଥିବା ବେଳେ ବୈଠକର ପ୍ରାରମ୍ଭରେ ଶିକ୍ଷକ ଅନନ୍ତ ନାରାୟଣ ପଣ୍ଡା ଉଦେଶ୍ୟ ଜ୍ଞାପନ କରିଥିଲେ । ପରିଶେଷରେ ଶିକ୍ଷକ ସିଦ୍ଧାର୍ଥ ମିଶ୍ର ଉପସ୍ଥିତ ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.