୨୦୨୪ T20 ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲେ ଭାରତ ସମେତ ୧୨ ଟିମ

ଓଡ଼ିଆ ବାର୍ତ୍ତା/ ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଟି୨୦ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଇତି ମଧ୍ୟରେ ୨୦୨୪ ବିଶ୍ୱକପ ପାଇଁ ଭାରତ ସମେତ ୧୨ ଟିମ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ-ଆମେରିକାରେ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆୟୋଜକ ଭାବେ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ପ୍ରଥମରୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । ଆମେରିକାରେ ପ୍ରଥମ ଥର ପାଇଁ କ୍ରିକେଟର ଏହି ମେଗା ଇଭେଂଟ ଆୟୋଜିତ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକାକୁ ହରାଇ ନେଦରଲାଣ୍ଡ ମଧ୍ୟ ଯୋଗ୍ୟତା ହାସଲ କରିଛି । ଆଗାମୀ ଟି୨୦ ବିଶ୍ୱକପରେ ୨୦ଟି ଟିମ ଖେଳିବେ । ୪ଟି ଗ୍ରୁପରେ ଟିମଗୁଡିକ ବଂଟାଯିବ । ପ୍ରତ୍ୟେକ ଗ୍ରୁପର ୨ଟି ଟିମ ସୁପର ୮କୁ ଉନ୍ନୀତ ହେବେ । ସୁପର ୮କୁ ୨ଟି ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପରୁ ୨ଟି ଲେଖାଁଏ ଟିମ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବେ । ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଟିମଗୁଡିକ ହେଲେ ୱେଷ୍ଟଇଣ୍ଡିଜ, ଆମେରିକା, ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ଶ୍ରୀଲଙ୍କା, ନେଦରଲାଣ୍ଡ ଓ ବାଂଲାଦେଶ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.