ମାଣ୍ଡିଆ ରଥର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ରୂପେ ଘୋଷଣା କରିଛନ୍ତି ଓଡିଶା ସରକାର । ଏହା ପୂର୍ବରୁ ସ୍ୱେଚ୍ଛାସେବୀ ଆନୁଷ୍ଠାନ ସେବା ଜଗତ ଜରିଆରେ ଓଡିଶା ସରକାର ଓଡିଶା ମିଲେଟ ମିଶନ, ପ୍ରକଳ୍ପ କୃଷି ଓ କୃଷକ ସଶକ୍ତ ବିଭାଗ ସହଯୋଗରେ ଜିଲ୍ଲା କୃଷି କାର୍ଯ୍ୟାଳୟ ଆତ୍ମା, କଳାହାଣ୍ଡି, ମିଶନ ଶକ୍ତି, ମ. ରାମପୁର ତରଫରୁ ପ୍ରଚାର ରଥ ଅଭିଯାନ ଆଗାମୀ ଚାରି ଦିନ ପାଇଁ ଶୁଭାରମ୍ଭ ହୋଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ  ମ.ରାମପୁର ବି.ଡି.ଓ ବିନୟ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଓ କୃଷି ଅଧିକାରୀ ରମ୍ଭା ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ମାଣ୍ଡିଆ ରଥର ଶୁଭାରମ୍ଭ କରିଥିଲେ । ସେବା ଜଗତ ସମ୍ପାଦକ ସତ୍ୟନାରାୟଣ ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.