ଗୀତାମୃତ ପାରାୟଣ: ମୋକ୍ଷ-ସନ୍ୟାସ ଯୋଗଃ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ତରଫରୁ ଅଷ୍ଟାଦଶ ଅଧ୍ୟାୟ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ, ବିଶ୍ବେଶ୍ବର ମାଝୀଙ୍କ ପୌରହିତ୍ୟରେ , ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏହା ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ଡ଼.ପ୍ରିୟମ୍ବଦା ସାମଲ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଓ ଅଭିନନ୍ଦନ କରିଥିଲେ। ପ୍ରଶାନ୍ତ କୁମାର ରାଉଳ, ବିଦ୍ୟୁତପ୍ରଭା ମିଶ୍ର, ବିପିନ ବିହାରୀ ବାରିକ, ବିନୋଦିନୀ ଦାଶ ଏବଂ ବିଶ୍ବେଶ୍ବର ମାଝୀ ପ୍ରମୁଖ ସତସଙ୍ଗୀମାନେ ସୁନ୍ଦର ଭାବରେ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିବା ବେଳେ ପଣ୍ଡିତ ପ୍ରବାଚକ ତଥା ଗବେଷକ ଓ ପାଲା ସମୀକ୍ଷକ ଡକ୍ଟର ନିରଞ୍ଜନ ସାହୁ  ଖୁବ୍ ସୁନ୍ଦର ଭାବରେ ବିଭିନ୍ନ ଉଦାହରଣ ମାଧ୍ୟମରେ ତାତ୍ତ୍ବିକ ଓ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ। ପଣ୍ଡିତ ଡକ୍ଟର ସାହୁଙ୍କ ବର୍ଣ୍ଣନା ଖୁବ ଉଚ୍ଚକୋଟୀର ଥିଲା। ଗୁଣ ଅନୁସାରେ ବୁଦ୍ଧି ଓ ଧୃତିର ତିନି ପ୍ରକାର ଭେଦ ଯଥାକ୍ରମେ ସାତ୍ତ୍ଵିକ, ରାଜସିକ ଓ ତାମସିକ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେହିଭଳି ଭାବରେ ସୁଖର ପ୍ରକାର ଭେଦ ଉପରେ ମଧ୍ୟ ତିନି ଗୁଣର ବର୍ଣ୍ଣନା କରିଥିଲେ। ରାଜସିକ ସୁଖ, ତାମସିକ ସୁଖ ଓ ସାତ୍ତ୍ଵିକ ସୁଖର ବର୍ଣ୍ଣନା କରିଥିଲେ ପଣ୍ଡିତ ଡ଼କ୍ଟର ନିରଞ୍ଜନ ସାହୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶେଷ ଚତ୍ବାରିଂଶତମ ଶ୍ଲୋକରେ -ପୃଥିବୀରେ ମନୁଷ୍ୟ ମାନଙ୍କ ମଧ୍ୟରେ ଓ ସ୍ବର୍ଗରେ ଦେବତା ମାନଙ୍କ ମଧ୍ୟରେ ଏପରି କୌଣସି ପ୍ରାଣୀ ନାହିଁ, ଯିଏ ପ୍ରକୃତିରୁ ଜାତ ତ୍ରିଗୁଣରୁ ମୁକ୍ତ ଇତ୍ୟାଦି ଉପରେ ବିଶଦ୍ ଭାବରେ ଆଲୋଚନା କରିଥିଲେ ପଣ୍ଡିତଜୀ ମୋକ୍ଷ ସନ୍ୟାସ ଯୋଗର ୩୧ ରୁ ୪୦ ନମ୍ବର ଶ୍ଲୋକ ଉପରେ ।
ଉକ୍ତ ସତସଙ୍ଗରେ ଅନନ୍ତ ଗୋପାଳ, ପଣ୍ଡିତ ଶ୍ୟାମସୁନ୍ଦର ଦାଶ, ପଣ୍ଡିତ ପ୍ରଦୀପ୍ତ ମିଶ୍ର, ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ଧନଞ୍ଜୟ ମିଶ୍ର, ପଣ୍ଡିତ ଚାଣ୍ଡାଳ ମିଶ୍ର, ପଣ୍ଡିତ ଦେବେନ୍ଦ୍ର ନାଥ ପରିଡା ପ୍ରଭୃତି ବିଭିନ୍ନ ସ୍ଥାନର ବିଜ୍ଞ ପଣ୍ଡିତ ପ୍ରବାଚକମାନଙ୍କର ଉପସ୍ଥିତିରେ ସତସଙ୍ଗ ଓ ପାରାୟଣ ଅନୁଷ୍ଠିତ ହୋଇଥିଲା। ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୮ ରୁ ଉର୍ଦ୍ଧ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଅନନ୍ତ ଗୋପାଳ ମହୋଦୟ ଶେଷରେ ନିଜ ବକ୍ତବ୍ୟ ମାଧ୍ୟମରେ ଗୀତା ମାତାଙ୍କର ପୂଜା ଆରାଧନାର ସତ୍ୟ କଥା ପ୍ରକାଶ କରିଥିଲେ। ସମସ୍ତେ ଭାବବିହ୍ବଳିତ ହୋଇ ଅଷ୍ଟାଦଶ ଅଧ୍ୟାୟର ଶ୍ଲୋକ ବ୍ୟାଖ୍ୟା ଉପଭୋଗ କରିଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରିଥିଲେ। 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.