ଲାଞ୍ଜିଗଡ,୨୧/୫ : ଆଜି କାଳବୈଶାଖୀ କରାଳ ରୂପ ଦେଖିଛି କଳାହାଣ୍ଡି । ଏହାର ପ୍ରଭାବରେ ବ୍ଲକର ଅନେକ ସ୍ଥାନରେ ଝଡ ତୋଫାନ ସହ କୁଆପଥର ମାଡ ହୋଇଛି । ଲାଂଜିଗଡ ବ୍ଲର କେତେକ ଅଞ୍ଚଳରେ କାଳବୈଶାଖୀ ତା’ର ଭୟଂକର ଋପ ଦେଖାଇଛି ।
ଗୋବର୍ଧନପୁର ପଞ୍ଚାୟତ ସବୁଠାରୁ ବେସି କ୍ଷତିଗ୍ରସ୍ଥ ହୋଇଥିବା ଜଣାପଡିଛି । ରାମଚନ୍ଦ୍ରପୁର ଗାଁର ନରହରି ହରିଜନଙ୍କ ଘର ସହ କେତେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଅନେକ ଲୋକଙ୍କ ଘରର ଛପର ଉଡିଯାଇଛି ।
ଏହାସହ ଅନେକ ଗଛ ଭାଙ୍ଗିପଡିଛି । ପ୍ରବଳ କୁଆପଥର ବର୍ଷା ସହ ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ପ୍ରବଳ କୁଆପଥର ମାଡରେ ଶହ ଶହ ଏକର ଧାନକ୍ଷେତ ନଷ୍ଟ ହୋଇଥିବା ଜଣାଯାଇଛି ।