ରାଜ୍ୟ ସ୍ତରୀୟ ଯୁବ ଉତ୍ସବରେ କଳାହାଣ୍ଡିର ସଫଳତା

“ମେରୀ ମିଟି ମେରାଦେଶ” କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଦ୍ଵିତୀୟ ସ୍ଥାନ ଅଧିକାର କଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): “ମେରୀ ମିଟି ମେରା ଦେଶ” କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଆନନ୍ଦର ଲହରୀ ଖେଳିଯିବା ସହ ପ୍ରତିଭାଗୀ ମାନଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଠାରେ ନେହେରୁ ଯୁବକେନ୍ଦ୍ର ଓଡିଶା ଆନୁକୁଲ୍ୟରେ ଦୁଇଦିନ ଧରି ରାଜ୍ୟ ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଜଳ ଶକ୍ତିମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭ ଉଦ୍ଘାଟନ କରିଥିଲେ । ଏବଂ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଇସିଏମ୍ଆର- ଏମ୍ ଆର୍ ଏମ ଆର୍ ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏବଂ ସୋଆ ବିଶ୍ବ ବିଦ୍ୟାଳୟ ଛାତ୍ର ମଙ୍ଗଳ ଡିନ ଡକ୍ଟର ଜ୍ୟୋତି ରଞ୍ଜନ ଦାସ ଏବଂ ନେହେରୁ ଯୁବକେନ୍ଦ୍ର ରାଜ୍ୟ ନିର୍ଦ୍ଦେଶକ ହୋନି ସିନ୍ନା । ଉକ୍ତ ‘ମେରୀ ମାଟି ମେରାଦେଶ’ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାବେଳେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ପୁରସ୍କାର ଗ୍ରହଣ କରିଥଲେ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଷଣ ପ୍ରତିଯୋଗୀତା ରେ ଶୁଭଲକ୍ଷ୍ମୀ ଦାସ ଦିତୀୟ ସ୍ଥାନ ଅଧିକାର କରିଥିଲେ । ଏଥିପାଇଁ ତାଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ଭାବରେ୭୫୦୦ ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ। । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଦିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ମାଟିଆ, କଳାହାଣ୍ଡି ଦିତୀୟ ସ୍ଥାନ ଅଧିକାର କରିଥିଲେ, ତାଙ୍କୁ ସାର୍ଟିଫିକେଟ ସହ ୨୫,୦୦୦ ଟଙ୍କା ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯକ୍ରମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ସ୍ଵେ୍ଛାସେବୀ ମିଲନ କୁମାର ଭୋଇ ଜିଲ୍ଲା ତରଫରୁ ନେତୃତ୍ବ ନେଇଥିବା ବେଳେ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମୋଚନ ପୋଢ଼, ସୋଭାବନ୍ ମାଝୀ, ମଳୟ ମାଝୀ, ହୁକମେ ଗୋଡଡ, ତୁଲବତି ଗଉଡ ସମେତ ସମସ୍ତ ସଦୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସଫଳତା ଅର୍ଜନ କରିଥିଲା। ଜିଲ୍ଲା ପାଇଁ ସଫଳତା ଅର୍ଜନ କରିଥିବା ପ୍ରତିଭାଗିଙ୍କୁ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର କୃତଞତା ଜ୍ଞାପନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.