ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): ସମ୍ବାଦ ଆନୁକୂଲ୍ୟରେ ଆଜି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। କଲମପୁର ବ୍ଲକ ସମ୍ବାଦ ପ୍ରତିନିଧି ଚକ୍ରଧର ନାଏକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡ଼ାଙ୍ଗି, ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ା.ମୃତୁଞ୍ଜୟ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ସମିତି ଉପାଧ୍ୟକ୍ଷା ଚିନ୍ତାମଣି ବେହେରା, ଚତୁର୍ଭୁଜ ପଣ୍ଡା, ସତ୍ୟନାରାୟଣ ରାଜପୁତ, କଲମପୁର ଥାନା ଏସ.ଆଇ ଡୋଳାମଣି ବିଶି, ଏ.ଏସ.ଆଇ ଶେଖର ଜେନା ପ୍ରମୁଖ ଯୋଗଦେଇ ରକ୍ତ ଦାନ ଶିବିର କୁ ଶୁଭ ଉଦଘାଟନ କରିଥିଲେ। କଲମପୁର ବ୍ଲକ ର ବିଭିନ୍ନ ପଂଚାୟତର ପୁରୁଷ,ମହିଳା ବର୍ଗ ସମସ୍ତେ ସ୍ବେଛାକୃତ ଭାବେ ରକ୍ତଦାନ କରି ମହତ ଦାନ କରିଥିଲେ।ଜିଲ୍ଲା ରକ୍ତ ଭଣ୍ଡାରରୁ ଟେକ୍ନିସିଆନ ଅଜିତ କୁମାର ନାଏକ ଏଲ. ଟି, କୃଷ୍ଣ ଚନ୍ଦ୍ର ସାହୁ ଏଲ. ଟି, ଜଞ୍ଜିର ପ୍ରସାଦ ବାଗ ଡି.ଏମ.ଏ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସମ୍ବାଦ ପ୍ରତିନିଧି ପଣ୍ଡିଗାଁ ଦର୍ଶନ ଗୁପ୍ତା ଉପସ୍ଥିତ ରହି ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.