ସଇଁତଳା କଲେଜରେ ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ; ଆସିଲେନି ବିଧାୟିକା, ନିରାଶ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ସଇଁତଳା ବିଡ଼ିଓ ବିନୟ କୁମାର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ କଲେଜ ଅଧ୍ୟକ୍ଷ ତିରୁପତି ମେହେର, ପରିଚାଳନା କମିଟି ସଭାପତି ଅସୀମ ବେହେରା, ସଦସ୍ୟ ଟଙ୍କଧର ସାହୁ, ବସନ୍ତ ବିଭାର ପ୍ରମୁଖ ଯୋଗଦାନ କରି ନୂଆ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଡିଳେଶ୍ଵର ଭୋଇ ପରିଚାଳନା କରିଥିଲେ। ଏହି ପରିପେକ୍ଷୀରେ ରକ୍ତଦାନ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ ସୁରେଶ ଚନ୍ଦ୍ର ବାଗଙ୍କ ତତ୍ତ୍ୱବଧାନରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ୧୦୦ ମିଟର ଦୌଡ଼, ୨୦୦ ମି, ୪୦୦ ମି, ୮୦୦ ମି, ୧୫୦୦ ମିଟର, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ ଫୁଟ, ଡ଼ିସକସ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା। କାର୍ଯ୍ୟକ୍ରମକୁ ଶାରୀରିକ ଶିକ୍ଷକ ହିମାଂଶୁ ମେହେର, ରାଜକିଶୋର ବଗର୍ତି, ଭୁବାନୀଶଙ୍କର ବାରିକ, ଭୁବାନୀ ମିଶ୍ର, ମମତା ପୁରୋହିତ, ଆଶିଷ ଦର୍ଜୀ ଓ ଲମ୍ବୋଦର ତାକ୍ରୀ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଅଧ୍ୟାପକ ଶଶୀଭୁଷଣ ପ୍ରଧାନ ଓ ସ୍ୱପ୍ନାଞ୍ଜଳୀ ପଟେଲ ତତ୍ତ୍ୱବଧାନରେ ଓ୍ବାଇଆରସି ଓ ଏନସିସି ଛାତ୍ରଛାତ୍ରୀଙ୍କ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପିକା ଅନିମା ନନ୍ଦ, ସଂଗୀତା ମହାକୁଡ଼, ରମ୍ୟା ବି., ସନ୍ତୋଷିନୀ ତ୍ରିପାଠୀ ଓ ବବିତା କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ନୂଆ ଓଡିଶା ଓ ଯୁବ ଓଡିଶା ଉତ୍ସବରେ ସ୍ଥାନୀୟ ବିଧାୟିକା ଆସିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସେ ନ ଆସିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିରାଶ ଦେଖାଯାଇଥିଲା। ଏହା ସହିତ ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଶ୍ରୀ ମେହେରଙ୍କ ମଧ୍ୟ ସେତିକି ଉତ୍ସାହ ନଥିଲା ବୋଲି ଆଲୋଚନା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.