ଡ଼ଃ ଅଭିଶେକ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଡ଼ଃ ଅଭିଷେକ ମିଶ୍ର ସ୍ମୁତି କମିଟି ପକ୍ଷରୁ ସୁବର୍ଣ୍ଣପୁର ଡିଆରଡିଏ ସଭାଗୃହରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଡ଼ଃ ସତ୍ୟକାମ ମିଶ୍ର, ଅବସର ପ୍ରାପ୍ତ ପ୍ରଫେସର ତଥା ମାଧ୍ୟମିକ ଶିକ୍ଷା ବୋର୍ଡର ପ୍ରାକ୍ତନ ସଭାପତି ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ଡ଼ଃ ରବି ନାରାୟଣ ପାତ୍ର ପ୍ରାକ୍ତନ ଅର୍ଥ ନୀତି ପ୍ରଫେସର ରେଭେନ୍ସା କଲେଜ୍, ତଥା ମାଣ୍ଡିଆ ମିଶନର ନୋଡାଲ ଅଫିସର ଯୋଗ ଦେଇ ବର୍ତମାନ ପରିପ୍ରେକ୍ଷୀରେ ନୈତିକ ଅବକ୍ଷୟ ଲାଗି ରହିଥିବା ବେଳେ ପ୍ରତ୍ୟେକ ବ୍ୟକ୍ତି ସମାଜ ପାଇଁ କିଛି କିଛି ଭଲ କାମ କରିବା ଉଚିତ୍ ବୋଲି କହି ଥିଲେ। ସମ୍ମାନୀତ ଅତିଥି ଭାବେ ଏଡିଏମ ସୂର୍ଯୟନାରାୟଣ ଦାଶ, ଡ଼ଃ ସୁକାନ୍ତ ନନ୍ଦ (ଉତ୍କଳ ୟୁନିଭରସିଟି ଲ ପ୍ରଫେସର୍), ଶ୍ରୀମତି ଯୁଗଳେଶ୍ଵରି ଦାଶ, ରେଜିଷ୍ଟlର ଜିଏମ କଲେଜ ସମ୍ବଲପୁର) ଯୋଗଦେଇ ସମାଜ ଓ ଦେଶ ପ୍ରତି ଥିବା ସ୍ବର୍ଗତ ଅଭିଷେକଙ୍କ ଉଲ୍ଲେଖନୀୟ ଅବଦାନ ଉପରେ ସ୍ମୁତି ଚାରଣ କରିଥିଲେ। ସୁବର୍ଣ୍ଣପୁରର ବରପୁତ୍ର ତଥା କଲିକତା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଉତ୍ସବରେ ଯୋଗ ଦେଇ ସ୍ବର୍ଗତ ଅଭିଶେକଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଇନଜୀବୀ ପ୍ରଦୀପ ପୁରୋହିତ ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଦେବାଶିଷ ପଧାନ ଓ ପ୍ରଫେସର୍ ଜିକୁ ପଣ୍ଡା ସ୍ମୁତିଚାରଣ କରିଥିଲେ। ଏଥିରେ ସହରର ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ। ହାଇକୋର୍ଟର ଯୁବ ଆଇନଜୀବୀ ଅଭିଳାଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଏହି ଉପଲକ୍ଷେ ମେଡିକାଲ ରକ୍ତଭଣ୍ଡାର ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ  ସୁର୍ଯ୍ୟ ନାରାୟଣ ଦାଶ, ଡ଼ା. ମନୋଜ କୁମାର ମହାନ୍ତି ପ୍ରଫେସର ଏଣ୍ଡ ଏଚ୍ଓଡି (ଏମ୍ସ) ଭୁବନେଶ୍ୱର, ବିବିଓ ଡ଼ା. ଦୁର୍ଗାଦତ୍ତ ଦାଶ ଯୋଗ ଡେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ସଂଧ୍ୟା ଯାଏ ଏହି ଶିବିର ଚାଲିଥିବା ନେଇ ରକ୍ତ ଦାତା ସଂଘ ସଭାପତି ମନୋଜ ପଣ୍ଡା ସୂଚନା ଦେଇଥିଲେ। ଓ ଏହି ସ୍ମୃତୀ କମିଟି ଉଦ୍ୟୋକ୍ତା ରାଜ କିଶୋର ମିଶ୍ରଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.