ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଠାରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଆନନ୍ଦ ଉଲ୍ଲାସର ସହିତ ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ନାମଯଜ୍ଞରେ ପୂଜକ ଭାବରେ ଜ୍ୟୋତିର୍ବିଦ ଭୂପେଶ ତିୱାରୀ, ବେହେରା ଜଗନ୍ନାଥ ମନ୍ଦିର ପୂଜକ ମୋହନ ତିୱାରୀ, ଧ୍ରୁବ ତିୱାରୀ, ମିଥଲେସ ତିୱାରୀ ଓ କର୍ତ୍ତା ତ୍ରିନାଥ ଗୋପାଳ ଓ ତାଙ୍କର ଧର୍ମପତ୍ନୀ ଶୀତୟା ଗୋପାଳ ପୂଜନ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ବୁଧବାର ସନ୍ଧ୍ୟା ସମୟରେ ଶତାଧିକ ମହିଳାଙ୍କ ସହ ନାମ ସଂକୀର୍ତ୍ତନ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରି କଳସ ଶୋଭାଯାତ୍ରା ବାହାରିଥିଲା। ନିକଟରେ ଥିବା ବେହେରା ନଦୀରୁ ଜଳ ଆଣି ବେଦୀରେ ସ୍ଥାପନ କରିଥିଲେ। ଗୁରୁବାର ଦିନ ସକାଳ ୬ଟା ସମୟରେ ମହାମନ୍ତ୍ର ଆରମ୍ଭ ହୋଇ ଶନିବାର ସକାଳ ୬ଟାରେ ସମାପନ ହେବାକୁ ଥିବା ବେଳେ ଏହି ନାମଯଜ୍ଞରେ ସର୍ବମୋଟ ୮ଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରୁଛନ୍ତି। ନାମ ସମାପନ ପରେ ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ସହିତ ଦଧିହାଣ୍ଡିକୁ ନଗର ପରିକ୍ରମା କଲା ପରେ ପୂର୍ଣ୍ଣାହୂତି ହେବ ବୋଲି ନାମଯଜ୍ଞ କମିଟିର ସଭାପତି ମଣ୍ଟୁ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ଦୁଇ ଦିନ ପାଇଁ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଅଛି। ନାମଯଜ୍ଞ କମିଟିର ସମ୍ପାଦକ ମୁନା ନାଏକ, ଶିକ୍ଷାବିତ ତୁଲସୀରାମ ବାରିକ, ପୂର୍ବତନ ବ୍ଲକ ଅଧ୍ଯକ୍ଷ ବଳରାମ ପୂଝାରୀ, ହେମାଲ ଚନ୍ଦ୍ର ନାଏକ, ରାଜୁ ରାଉତ, ମଣିଭଦ୍ର ନାଏକ, ଡମ୍ବରୁ ଗୋପାଳ, ଭକଚନ ନାଏକ, ବବଲୁ ଅଗ୍ରୱାଲ, ରଜନୀକାନ୍ତ ନାଏକ, କ୍ରୁଷ୍ଣଚନ୍ଦ୍ର ନାଏକ, ଅନିଲ ପଣ୍ଡା ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


 
                                        
 
 
         
 
        
 
 
         
 
        

