ନର୍ଲାରୋଡରେ ଶିବରାତ୍ରୀ ପାଇଁ ୧୬ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ବିଭିନ୍ନ ଅଞ୍ଚଳର ଶିବ ମନ୍ଦିର ଗୁଡିକରେ ଝାକ ଜମକର ସହ ଶିବରାତ୍ର ପାଳିତ ହୋଇଥିବା ବେଳେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ନର୍ଲାରୋଡ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ଶିବରାତ୍ରୀ ଉପଲକ୍ଷେ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି । ନର୍ଲା ଅଞ୍ଚଳର ୮ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥରବା ଜନାପଡିଛି । ଏଥିପାଇଁ ସୋମବାର ସ୍ଥାନୀୟ ପୁଷ୍କରିଣୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଯଜ୍ଞ ମଣ୍ଡପରେ କଳସ ସ୍ଥାପନା ପରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ସକାଳ ୭ ଘଣ୍ଟାରୁ ପବିତ୍ର ହରେକୃଷ୍ଣ ନାମ ଆରମ୍ଭ ହୋଇଛି । ଗୁରୁବାର ସକାଳ ୭ ଘଣ୍ଟା ସମୟରେ ପୂର୍ଣ୍ଣାହୂତି ପଡିବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି । ଏହି ନାମଯଜ୍ଞ ରେ କର୍ତ୍ତା ଭାବରେ ରୋଜୀରାଣି ସାହୁ ଓ ବିକ୍ରମ ସାହୁ ଦମ୍ପତି ରହି ଥିବା ବେଳେ ପୂଜକ ପଣ୍ତିତ ଭାବରେ ଲକ୍ଷ୍ମୀକାନ୍ତ ମହାପାତ୍ର, ଜପକ ଦାୟୀତ୍ୱରେ ବିମଳ ମହାପାତ୍ର, ନୀରଜ ମହାପାତ୍ର ଓ ପାଚକ ଦାୟୀତ୍ୱରେ ସଞ୍ଜୀବ ମହାପାତ୍ର ରହି ପୁଜା ପରିଚାଳନା କରୁଛନ୍ତି। ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ଥବିରାମ ବୁଦ୍ଧିଆ, ଉପସଭାପତି ବିନାୟକ ମହନ୍ତ, ସମ୍ପାଦକ ପରମାନନ୍ଦ ବୁଦ୍ଧିଆ, ଯୁଗ୍ମ ସମ୍ପାଦକ ରମେଶ କୁମାର ମହାରଣା, କୋଷାଧ୍ୟକ୍ଷ ମଧୁସୂଦନ ରାଉତ, ଭଣ୍ଡାର ଗୃହ ରକ୍ଷକ ଜହରଲାଲ ବିଶ୍ବାଳ ପ୍ରମୁଖ ୧୬ ପ୍ରହର ନାମଯଜ୍ଞ ଓ ଶିବରାତ୍ରୀ ପୂଜା ପରିଚାଳନା କରୁଥିବା ଜଣାପଡ଼ିଛି। ଅଞ୍ଚଳବାସୀ ଅନେକ ଭକ୍ତ ବୃନ୍ଦ ବିଭିନ୍ନ ଦାୟୀତ୍ୱରେ ରହି ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.