ରେଳବାଇ କ୍ରିକେଟ କ୍ଲବର ମଶାଲ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ରେଳବାଇ କ୍ରିକେଟ କ୍ଲବ ତରଫରୁ ସର୍ଗିଗୁଡା ସାନ୍ଦୁଲ ପଡିଆରେ ଅନୁଷ୍ଠିତ ହୋଇଛି ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏଥିରେ ନର୍ଲା ବ୍ଲକ ଅଞ୍ଚଳର ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଛନ୍ତି । କ୍ରିକେଟ କ୍ଲବର ସଭାପତି ଓମପ୍ରକାଶ ପୁଜାରୀଙ୍କ ନେତୃତ୍ୱରେ ଆୟୋଜକ ମଣ୍ଡଳୀର ସମସ୍ତ ସଦସ୍ୟ ମଙ୍ଗଳବାର ସଂଧ୍ୟା ୫ ଘଣ୍ଟା ସମୟରେ ନର୍ଲାରୋଡ ଦୁର୍ଗା ମନ୍ଦିରରୁ ଭବ୍ୟ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟୀକା ମନୋରମା ମହାନ୍ତି ଯୋଗଦାନ କରି ମଶାଲ ଧରି ଖେଳପଡିଆ ଯାଏଁ ନେଇଥିଲେ । ସମ୍ମାନୀତ ଅତିଥି ଭାବରେ ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ସର୍ଗିଗୁଡା ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ର ସଭାପତି ନାରାୟଣ ମାଝୀ, ବିଜେଡିର ଯୁବ ନେତା ଘାସିରାମ ମାଝୀ, ଯୁବନେତା ସ୍ନ୍ ମିଶ୍ର, ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ସମସ୍ତ ୧୬ ଗୋଟି ଟିମର କ୍ୟାପଟେନ, ଅନେକ ଖେଲାଳୀ, ଆୟୋଜକ ମଣ୍ଡଳୀର ସଦସ୍ୟ ବୃନ୍ଦ ଯୋଗଦାନ କରିଥିଲେ । ବ୍ୟାଣ୍ଡ ବାଜା ସହ ବିଧାୟୀକା ଶ୍ରୀମତୀ ମହାନ୍ତି ମଶାଲ ନେଇ ଖେଳ ପଡିଆରେ ସ୍ଥାପନ କରିଥିଲେ । ମଞ୍ଚରେ ଦୁର୍ଗାଙ୍କ ପୂଜନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସମ୍ମାନୀତ ଅତିଥି ଓ ମୁଖ୍ୟ ଅତିଥି ଖେଳାଳି ମାନଙ୍କୁ ଉଦ୍ୱୋଧନ ଦେଇ ଉତ୍ସାହିତ କରିଥିଲେ । ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ । ସର୍ଗିଗୁଡା ସାନ୍ଦୁଲ ଖେଳ ପଡିଆରେ ରହିଥିବା ରାସ୍ତା ସମସ୍ୟା, ଗ୍ୟାଲେରୀ ନିର୍ମାଣ ତୁରନ୍ତ କରାଯିବ ବୋଲି ବିଧାୟୀକା ମଞ୍ଚରେ ପ୍ରତିଶୃତି ଦେଇଥିଲେ । ଆଜିଠାରୁ ଆରମ୍ଭ ହୋଇଛି ଟୁର୍ଣ୍ଣାମେଣ୍ଟ । ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଉଦଘାଟନୀ ଉତ୍ସବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି ଓ ନର୍ଲା ଜୁନିୟର କଲେଜର ଶାରିରୀକ ଶିକ୍ଷକ ସୁମନ୍ତ ପୁଝାରୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ ସର୍ଗିଗୁଡା ଓ ନର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିଣି ନର୍ଲା ଏକାଦଶ ପ୍ରଥମେ ବ୍ୟାଟିଂ କରିଥିଲେ। ବିଜୟ ସାହୁ ଓ ପରମାନନ୍ଦ ଗୌଡ ଆମ୍ପାୟାର ଭାବରେ ମ୍ୟାଚ ପରିଚାଳନା କରୁଥିବା ବେଳେ ସରୋଜ ଦାସ ସ୍କୋର ବୋର୍ଡ ଦାୟୀତ୍ବ ଓ ଯୁଧିଷ୍ଠିର ପଟ୍ଟନାୟକ ଧାରା ବିବରଣୀ ପ୍ରଦାନ କରୁଛନ୍ତି। ଏ ବି କ୍ରିକେଟ ୯୨୯ ତରଫରୁ ଏହାର ୟୁଟ୍ୟୁବ ଲାଇଭ କରାଯାଉଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.