ଭୋଟ ବର୍ଜନ କରିବାକୁ ମାଓବାଦୀଙ୍କ ଆହ୍ବାନ : ସାଇସୁରନୀ ଛକରେ ମାରିଲେ ପୋଷ୍ଟର

କଳାହାଣ୍ଡି,୨୪/୩ : ଥୁଆମୂଲ ରାମପୁର – ଭବାନୀପାଟଣା ରାସ୍ତାର ସାଇସୁରନୀ ବଜାର ପଡିଆ ଛକର ଅନେକ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସାଇସୁରନୀ ଛକ, ପଞ୍ଚାୟତ ଅଫିସ ପଛପଟ, ଆମ୍ବଗଛ ଆଦିରେ ପୋଷ୍ଟର ମାରିଥିଲେ ମାଓବାଦୀ ।

ସ୍ପଷ୍ଟ ଓଡିଆରେ ଲେଖା ଥିବା ଏହି ପୋଷ୍ଟର ଗୁଡିକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିରୋଧ କରିବାସହ ଆଗାମୀ ନିର୍ବାଚନରେ ସାମିଲ ନହେବାକୁ ଆହ୍ବାନ ଦେଇଛି ସିପିଆଇ (ମାଓବାଦୀ) ବାଘୁନା ଡିଭିଜନାଲ କମିଟି ।

ଫାସିବାଦୀ ଶକ୍ତିକୁ ବିରୋଧ କରି ଅପ୍ରେଲ ୧୧ ତାରିଖରେ ରାୟଗଡା ଏରିଆ କମିଟି ମଧ୍ୟରେ ଥିବା ତ୍ରିଲୋଚନପୁର, ପାର୍ସାଲି, ମୁନିଖୋଲ, ଶିବପଦର, ସୁନାଖଣ୍ଡି, କୁର୍ଲି, ନାକରୁଣ୍ଡି, ଗୁଣପୁର, ଯୁଗସାଇପାଟଣା, ପାହାଡ ପଦର ଆଦି ଏରିଆରେ ବନ୍ଦ ଡାକରାରେ ସାମିଲ ହେବାକୁ କହିଛନ୍ତି ମାଓବାଦୀ ।

କର୍ଲାପାଟ ଫାଣ୍ଡି ଏ.ଏସ୍.ଆଇ. କାହ୍ନୁ ଚରଣ ପଣ୍ଡା ଘଟଣା ସ୍ଥଳକୁ ଯାଇ ମାଓବାଦୀ ମାନଙ୍କ ଦ୍ବାରା ମରାଯାଇଥିବା ପୋଷ୍ଟର ସବୁକୁ ଜବତ କରିଥିଲେ ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.