ଜେଏମଟି ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ପବିତ୍ର ସ୍ବାଧିନତା ଦିବସରେ ଭୁବନେଶ୍ବର ରବି ଟକିଜ ସ୍ଥିତ ଜେ.ଏମ୍.ଟି ଅନୁଷ୍ଠାନ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସମାଜସେବୀ ଲିଙ୍କନ ସୁବୁଦ୍ଧି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ମହୋତ୍ସବରେ ସଂସ୍ଥାର ମୁଖ୍ୟ ଅମିତି କୁମାର ମିଶ୍ର ଓ ଡାଇରେକ୍ଟର ଶ୍ରୀପ୍ରିୟା ମିଶ୍ରଙ୍କ ସହିତ ବିଭିନ୍ନ ସାମାଜିକ କର୍ମୀ ଯୋଗ ଦେଇଥିଲେ। ଦେଶ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଅବହେଳିତ ବର୍ଗରେ ଥିବା ମହିଳା ଓ ଶିଶୁ ତଥା ଅନେକ ବର୍ଗର ଲୋକଙ୍କୁ ମଧ୍ୟ ସାମାଜିକ ଅଧିକାର ମିଳିପାରିନାହିଁ। ଏହି ମହୋତ୍ସବ ପାଳନର ଲକ୍ଷ୍ୟ ହେଉ ସମସ୍ତଙ୍କୁ ସମାନ ମୌଳିକ ଅଧିକାର ମିଳିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ ସମାଜସେବୀ ଲିଙ୍କନ ସୁବୁଦ୍ଧି। ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସୁଜିତି କୁମାର ମିଶ୍ର, ପିୟୁଷ ପ୍ରିୟଦର୍ଶିନୀ ନାୟକ, ରେକେଶ କୁମାର ସେଠୀ, ରିପନ ମଝି, ସୁଲଗ୍ନା। ଅନୁଷ୍ଠାନର ମୁଖ୍ୟ ଅମିତି କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.