ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଆନନ୍ଦ ଉଲ୍ଲାସ, ଶ୍ରଦ୍ଧା ଓ ଭକ୍ତି ତଥା ଆଲୋକର ପର୍ବ ଦୀପାବଳୀ କଳାହାଣ୍ଡିର ପୁରପଲ୍ଲୀରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ଏହି ଅବସରରେ କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ଟକାରୁମାଲ ଗିରିଗୋବର୍ଦ୍ଧନ ପାହାଡରେ ମାଁ କାଳିଙ୍କ ପୂଜା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରଥମ ରଜନୀରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନୀ ସାହୁ, ନାଟ୍ୟକାର ତଥା ଗାଳ୍ପିକ ଭାଗିରଥି ଷଡଙ୍ଗୀ ମୁଖ୍ୟବକ୍ତା, ରିଞ୍ଜା ପଞ୍ଚାୟତ ସମିତି ସଭ୍ୟ ଆନନ୍ଦ ନାଗ ସମ୍ମାନିତ ଅତିଥି, ପୂର୍ବତନ ସରପଞ୍ଚ ତ୍ରିଲୋଚନ ସାହୁ, ଅଧ୍ୟକ୍ଷା ପ୍ରତିନିଧି ପ୍ରଦୀପ ସାହୁ, ଶୁଶିଲ କୁମାର ଦାସ, ସଂପଦ ପାଣିଗ୍ରାହି ପ୍ରମୁଖ ମଞ୍ଚାସିନ ଥିଲେ ।ଏହି ଗିରିଗୋବର୍ଦ୍ଧନ ପୂଜା ଦିର୍ଘ ବର୍ଷରୁ ଅନୁଷ୍ଠିତ ହୋଇଆସୁଛି ।ମନ୍ଦିର ପୂର୍ଣାଙ୍ଗ ହୋଇ ପାରୁନାହିଁ ବୋଲି ଆୟୋଜକ କମିଟି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ଜଣାଇଲା ପରେ ନିଜ ଆଡୁ ସେ ଆଗାମି ବର୍ଷକ ଭିତରେ ମନ୍ଦିର ନାଁରେ ପାଞ୍ଚଲକ୍ଷ ଟଙ୍କା ପ୍ରୋପାଜାଲ ଦେଇ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରଥମ ରଜନୀ ମିକ୍ସର ରାମଲୀଲା ଅନୁଷ୍ଠିତ ହୋଇଥିବାବେଳେ ଦ୍ବିତୀୟ ରଜନୀରେ ମହିଳା ଦଣ୍ଡନୃତ୍ୟ ପରିବେଷିତ ହେବ । ମିନକେତନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଂପଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।