ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ ପ୍ରସଙ୍ଗ: ଜିଲ୍ଲାପାଳ ଓ ରାଜ୍ୟସଭା ସାଂସଦଙ୍କୁ ଭେଟିଲେ କେସିଙ୍ଗା ସରପଞ୍ଚ ସଂଘ, ୧୦ରେ ଗଣ ଧାରଣା ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ବୋରିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କେସିଙ୍ଗା ସରପଞ୍ଚ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସଂଘର ସଭାପତି ସୁବୋଧ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ମନମୁଖି କାର୍ଯ୍ୟ ଅଭିଯୋଗ ଆଣିଛି ସରପଞ୍ଚ । ତେଣୁ ବିଡ଼ିଓଙ୍କୁ ତୁରନ୍ତ ବଦଳି କରାନଗଲେ ନଭେମ୍ବର ୧୦ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛି କେସିଙ୍ଗା ବ୍ଲକ ସରପଞ୍ଚ ସଂଘ ।

Omkar Vasthu
Omkar Vasthu

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୨୧ ତାରିଖ ଦିନ କେସିଙ୍ଗା ବ୍ଲକ୍ କାର୍ଯ୍ୟାଳୟରେ ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ମନମୁଖୀ କାର୍ଯ୍ୟ, ସରପଞ୍ଚ ମାନଙ୍କୁ ଦୁର୍ବ୍ୟବହାର, ୫-ଟି ଯୋଜନାରେ ନିର୍ମାଣଧୀନ ୯ଗୋଟି ସ୍କୁଲ କାର୍ଯ୍ୟରେ ସରପଞ୍ଚ ମାନଙ୍କୁ ଅଣଦେଖା କରୁଥିବା, ପ୍ରଥମ ସମିତି ବୈଠକରେ ଆଗତ ହୋଇଥିବା ଜରୁରୀ ପ୍ରସ୍ତାବ ମାନଙ୍କୁ ରେଜୁଲେସନ ବହିରେ ଉଲ୍ଲେଖ ନ କରିବା, ସରପଞ୍ଚଙ୍କ ବିନା ପରାମର୍ଶରେ ମୋ ସେବା କେନ୍ଦ୍ର
ମାନଙ୍କରେ ନିଯୁକ୍ତି ଦେବା ସହ ସବୁବେଳେ ଦୋମୁହାଁ ନୀତି ଆପଣେଇିବା ସହିତ ସରପଞ୍ଚ ମାନଙ୍କ ଠାରୁ ପିସି ଡିମାଣ୍ଡ କରିବାକୁ ନେଇ ସମିତି ବୈଠକ ବର୍ଜନ କରିଥିଲା ସରପଞ୍ଚ ସଂଘ । ଏହାସହ ବ୍ଲକ୍ ଅଫିସ୍ ସମ୍ମୁଖରେ ଦୀର୍ଘ ୫ ଘଣ୍ଟା ଧରି ଧାରଣାରେ ବସିଥିଲେ । କିନ୍ତୁ ଏହାପରେ ମଧ୍ୟ ବିଡ଼ିଓ ଧ୍ୟାନ ନ ଦେଇ ଅଣଦେଖା କରିଥିଲେ । ଶେଷରେ ସରପଞ୍ଚ ସଂଘ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଜିଲ୍ଲାପାଳ ମହୋଦୟା ଏକ କମିଟି ଗଠନ କରି ଏହାର ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଇତି ମଧ୍ୟରେ ୭ଦିନ ବିତିଯାଇଥିଲେ ସୁଦ୍ଧା ଜିଲ୍ଲାପାଳ କୌଣସି ପଦକ୍ଷେପ ନେଇ ନ ଥୁବାରୁ ପୁଣି ଥରେ ଗୁରୁବାର ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ଓ କଳାହାଣ୍ଡି ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି କେସିଙ୍ଗା ସରପଞ୍ଚ ସଂଘ ।

Pearl dental clinic
Near Ashish Medical Store, Bhawanipatna

ଆସନ୍ତା ନଭେମ୍ବର ମାସ ୧୦ ତାରିଖରେ ଜିଲାପାଳ କାର୍ଯ୍ୟାଳୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲାର ୧୩ ବ୍ଲକର ପ୍ରାୟ ତିନି ଶହ ରୁ ଉର୍ଦ୍ଧ୍ବ ସରପଞ୍ଚ ମାନେ ଯୋଗଦେଇ ଧାରଣାରେ ଯୋଗ ଦେବେ ବୋଲି ସରପଞ୍ଚ ସଂଘ ସଭାପତି ସୁବୋଧ ରଣା ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.