ସୁନକଙ୍କ ସହ କଥା ହେଲେ ମୋଦୀ, ଖୁବଶୀଘ୍ର ହେବ ଏଫଟିଏ ଚୁକ୍ତି!

Omkar Vasthu
Omkar Vasthu


Pearl dental clinic
Near Ashish Medical Store, Bhawanipatna

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି “ରୁଷି ସୁନକଙ୍କ ସହ କଥା ହେବା ଅତ୍ୟନ୍ତ ଆନନ୍ଦଦାୟକ। ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ। ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ଆମେ ମିଳିତ ଭାବେ କାମ କରିବୁ। ଏକ ବିସ୍ତୃତ ତଥା ସନ୍ତୁଳିତ ଏଫଟିଏ ଉପରେ ଗୁରୁତ୍ୱ ଉପରେ ସହମତ ପ୍ରକାଶ କରିଛୁ।

Udyog Nursery
Udyogi Nursery

ଭାରତ ଏବଂ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ମୂଳଦୁଆ ପକାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଭାରତ ଗସ୍ତ ସମୟରେ ବୋରିଶ ଏଫଟିଏ ବା ଫ୍ରି଼ ଟ୍ରେଡ୍ ଏଗ୍ରିମେଣ୍ଟ ସ୍ଥାପନ କରିଥିଲେ। ଗସ୍ତ ସମୟରେ ଜନସନ ଏଫଟିଏକୁ ଅନୁମୋଦନ କରିଥିଲେ ଏବଂ ଚୁକ୍ତି ହୋଇଥିଲା। ଏହା ପରେ କିଛି ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ଟ୍ରସ୍ ମଧ୍ୟ ଜନସନଙ୍କ ପଦକ୍ଷେପକୁ ସ୍ୱାଗତ କରିବା ସହ ଭାରତ ସହ ଏଫଟିଆର ଆଲୋଚନା ସହ ଆଗକୁ ବଢିବାକୁ ଇଚ୍ଛୁକ ବୋଲି କହିଥିଲେ।

ଦିପାବଳୀ ଅବସରରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ଚୂଡାନ୍ତ ହେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଟ୍ରସ ହଠାତ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଯୋଗୁଁ ଏହା ସମ୍ଭବ ହୋଇପାରି ନାହିଁ। ବର୍ତ୍ତମାନ ରିଷି ସୁନାକ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ସହିତ ବହୁ ପ୍ରତୀକ୍ଷିତ ଏଫଟିଆର ଶୀଘ୍ର ଅନୁମୋଦନ ପାଇପାରେ ବୋଲି ବିଶ୍ୱାସ କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ସେ ଏଫଟିଆର ସମ୍ପର୍କରେ ସୁନକଙ୍କ ସହ କଥା ହୋଇଛନ୍ତି ଏବଂ ଉଭୟ ନେତା ମଧ୍ୟ ଏଥିରେ ସହମତ ହୋଇଛନ୍ତି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.