ମଦନପୁର ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା / କଳାହାଣ୍ଡି (ନବୀନ କିଶୋର ସାହୁ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦ୍ବିତିୟା ବନଛୋରଙ୍କ ତତ୍ୱବଧାନରେ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) ଓ ମଦନପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଡାକ୍ତର ଲୋକନାଥ ସାହୁଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମଟି କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମଦନପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଆୟୁଷ ଡାକ୍ତର ଇତିଶ୍ରୀ ଦାସ, ଫାର୍ମାସିଷ୍ଟି ସନ୍ତୋଷ ମିଶ୍ର, ସ୍ବାସ୍ଥ୍ୟକର୍ମୀ ରଂଯୁକ୍ତା ମିଶ୍ର, ଚନ୍ଦ୍ରକାନ୍ତ ଭୋଇ, ରାଜୁ ତାଣ୍ଡି, ମିଳୁ ସୁନା ଓ କର୍ଲାମୁଣ୍ଡା ବ୍ଲକର କଳାରୁଦ୍ର ଯୁବକ ସଂଘ ପୂର୍ବତନ ସଭାପତି ତଥା ଜାତୀୟ ଯୁବ ସ୍ୱେଚ୍ଛା ସେବୀ ସନତ କୁମାର ସାହୁ, ପରିବେଶ ସମ୍ପାଦକ ଲଳିତ ସାହୁ, ଅରବିନ୍ଦ ସାହୁ, ନୀଳକଣ୍ଠେଶ୍ଵର ସାହୁ, ହରପ୍ରସାଦ ସାହୁ, ହେମନ୍ତ ସାହୁ, ଉପସ୍ଥିତ ରହି ସ୍ଵଛତା କାମରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.