ମୁଖିପଟା ଜଳପ୍ରପାତ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ମ.ରାମପୁର ବ୍ଲକ ମାଣେକେରା ପଞ୍ଚାୟତ ନିକଟସ୍ଥ ମୁଖିପଟା ଜଳପ୍ରପାତ ପରିସରରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ଥାନ କଳାହାଣ୍ଡି ଜିଲ୍ଲାର ଏକ ମନୋରମ ଦର୍ଶନୀୟ ସ୍ଥାନ ହୋଇଥିବାରୁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ଏଣୁ ଏହି ସ୍ଥାନକୁ ସଫା ସୁତୁରା ରଖିବା ଜରୁରୀ ହୋଇପଡିଛି । ତାହାକୁ ଦୃଷ୍ଟିରେ ରଖି ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦ୍ବିତୀୟା ବନଛୋରଙ୍କ ତତ୍ୱବଧାନରେ ଏହି ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ ୨୦ କିଲୋଗ୍ରାମରୁ ଅଧିକ ପ୍ଲାଷ୍ଟିକ ସହ କାଚ ବୋତଲ ସଫା କରାଯାଇଥିଲା । କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ତଥା ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁଙ୍କ ନେତୃତ୍ୱରେ ସଂଘର ପରିବେଶ ସମ୍ପାଦକ ଲଳିତ ସାହୁ, ଅରବିନ୍ଦ ସାହୁ, ନୀଳକଣ୍ଠେଶ୍ଵର ସାହୁ, ହରପ୍ରସାଦ ସାହୁ, ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଵଛତା କାମରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.