ଡୋକରୀ ଚଞ୍ଚରା ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ସାଂସଦ ସୁଜିତ କୁମାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ଖଲିଗଡ ସାହାଜଖୋଲ ସଂରକ୍ଷିତ ଜଙ୍ଗଲପାଦଦେଶରେ ଥିବା ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାକୁ ଶନିବାର ପରିଦର୍ଶନ କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ପ୍ରଥମେ କୋକସରା ପହଞ୍ଚିବା ପରେ ତାଙ୍କୁ ବ୍ଳକ ବିଜେଡ଼ି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ବିଜେଡି କାର୍ଯ୍ୟାଳୟରେ କର୍ମୀମାନଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେଠାରୁ ବ୍ଳକ କାର୍ଯ୍ୟାଳୟ ପରିଦର୍ଶନ ପରେ ସାଂସଦ ସୁଜିତ କୁମାର ଗୁଡହାଣ୍ଡି ଡୋକରୀ ଚଞ୍ଚରା ଅଭିମୁଖେ ବାହାରି ଥିଲେ । ସେଠାକୁ ପହଞ୍ଚିବା ପରେ ଡୋକରୀ ଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ ତାଙ୍କୁ କଳାହାଣ୍ଡିର ଲୋକ ନୃତ୍ୟ ଘୂମୁରା ଏବଂ ପାରମ୍ପରିକ ବାଜା ବଜାଇ ଭବ୍ୟ ସ୍ୱାଗତ କରାଯାଇ ମନ୍ଦିର ନିକଟକୁ ପାଛୋଟି ନେଇଥିଲେ । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ସାଂସଦ ଓ ଉନ୍ନୟନ କମିଟି ମଧ୍ୟରେ ଏକ ବୈଠକ ହୋଇଥିଲା । ଏଥିରେ କମିଟି ପକ୍ଷରୁ ପର୍ଯ୍ୟଟନ ସ୍ଥଳୀରେ ରହିଥିବା ଅନେକ ସମସ୍ୟାକୁ ଉପସ୍ଥାପନ କରିବା ସହ ଇକୋଟୁରିଜିଅମ, ଝରଣାକୁ ଯିବାପାଇଁ ରୋପୱେ, ବୋଟିଙ୍କ ବ୍ୟବସ୍ଥା, ପାନ୍ଥନିବାସ, ବିଦ୍ୟୁତ୍, ରାସ୍ତା ପ୍ରଶସ୍ତିକରଣ ଆଦି ନିମନ୍ତେ ଦାବି ଉଠିଥିଲା । ସାଂସଦ ସୁଜିତ କୁମାର ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ବିକାଶ ନିମନ୍ତେ ତାଙ୍କ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଦେବାପାଇଁ କହିଥିଲେ । ଏବଂ କେନ୍ଦ୍ର ସରକାରଙ୍କ ଠାରୁ କିଭଲି ଭାବରେ ଏକ ଇକୋଟୁରିଜିଅମ୍ ପ୍ୟାକେଜ ପାଇପାରିବା ସେନେଇ ମନ୍ତ୍ରୀ ଓ ପର୍ଯ୍ୟଟନ ବିକାଶ ନିଗମ ସହିତ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା ବ୍ୟତୀତ ରୋପୱେ ପାଇଁ ବନ ବିଭାଗ ସହିତ ଆଲୋଚନା କରିବା ପାଇଁ ସମିକ୍ଷା ବୈଠକ ଡକାଯାଇଛି କଣ ସୁବିଧା ହେଇପାରିବ ଆଲୋଚନା ପରେ ଜଣାପଡ଼ିବ, ନଚେତ ଅନ୍ୟ ବ୍ୟବସ୍ଥା ପାଇଁ ଚେଷ୍ଟା କରାଯିବ, ଏବଂ ପିଇବା ପାଣି, ବିଦ୍ୟୁତ୍, ନେଟୱର୍କ ଭଲି ଅନେକ ବ୍ୟବସ୍ଥା କରାଯାଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ତାଙ୍କ ସହିତ ଧର୍ମଗଡ଼ ବିଧାୟକ ଉପସ୍ଥିତ ରହି କହିଥିଲେ ଯେ’ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ର ବିକାଶ ପାଇଁ ପୂର୍ବରୁ ୧ କୋଟି ଟଙ୍କା ଅନୁଦାନ ଦେଇଥିବାବେଳେ ବର୍ତମାନ ବନ ବିଭାଗ ଦ୍ବାରା ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଏବେ ସପ୍ତାହ ତଲେ ଇକୋଟୁରିଜିଅମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ମଧ୍ୟ ଲିଖିତ ଭାବେ ଜଣାଇଛି ବୋଲି କହିଥିଲେ । ଆଲୋଚନା ବେଳେ କୋକସରା ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଡୋକରୀ ଚଞ୍ଚରା ଉନ୍ନୟନ କମିଟି ସଭାପତି ଭଦ୍ରେଶ୍ବର ପାତ୍ର, ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝି, ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ଡୁଡୁକାଠେଙ୍ଗା ସମିତି ସଭ୍ୟା ପାର୍ବତୀ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକକୁ ଉନ୍ନୟନ କମିଟିର ଉପସଭାପତି ତଥା ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ ପରିଚାଳନା କରିଥିଲେ । ଉନ୍ନୟନ କମିଟି ସହିତ ଆଲୋଚନା ପରେ ସାଂସଦ ସୁଜିତ କୁମାର ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ରହିଥିବା ଡୋକରୀଦର ଝରଣା ସହ ଅନେକ ସ୍ଥାନକୁ ବୁଲି ସମିକ୍ଷା କରି ଫେରିଛନ୍ତି । ସାଂସଦଙ୍କ ଗ୍ରସ୍ତ ସମୟରେ ଡୋକରୀ ଚଞ୍ଚରା ଉନ୍ନୟନ ସମିତି ର ସମ୍ପାଦକ ନିଲାମ୍ବର ନାଏକ, ମଧୁବନ ପାତ୍ର, ଉପସଭାପତି ଅଇରୀ ନାଶନ ଚିନ୍ଦା, ବରିଷ୍ଠ ସଭ୍ୟ ଚକାଡୋଳା ପାତ୍ର, ସୁଧୀର ପାତ୍ର, ଜତୀନ ମାଝି, ହେମାଞ୍ଚଳ ପାତ୍ର, ସରକାରୀ ଓକିଲ ଅଜିତ ପଟ୍ଟନାୟକ ସମେତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ସେହିପରି ରାଜ୍ୟ ସଭା ସାଂସଦ ସୁଜିତ କୁମାର ଡୋକରୀ ଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ ପରେ ଲଡୁଗାଁ ଅଭିମୁଖେ ବାହାରି ଥିଲେ। ସେଠାରେ ଗ୍ରାମ ବାସୀଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସ୍ଥାନୀୟ ହନୁମାନ ମନ୍ଦିର କୁ ଯାଇ ଦର୍ଶନ କରିବା ସହ ଗ୍ରାମ ବାସୀଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିବା ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.