ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲ ଠାରେ ରାଜ୍ୟସ୍ତରୀୟ ଡିଏଭି କରାଟେ ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଳାହାଣ୍ଡି ଜିଲ୍ଲାର ୭ ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀମାନେ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସେନାଲ ସ୍କୁଲର ହୋଇଥିବା ବେଳେ ବାଳିକା ବିଭାଗରେ ୩ ଜଣ ଓ ବାଳକ ବିଭାଗ ର ୪ ଜଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ବାଳିକା ବିଭାଗରେ ରୋଜାଲିନି ଲେଙ୍କା ୩୦ ରୁ ୩୫ କିଲୋ କେଟାଗେରି କୁମିତେ(ଫାଇଟ)ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅର୍ପିତା ବାଡ଼ତିଆ ୪୫ ରୁ ୫୦ କିଲୋ କେଟାଗେରି କୁମିତେ(ଫାଇଟ)ରେ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଆଦ୍ୟାସା ପ୍ରିୟଦର୍ଶିନୀ ଦାସ ୫୦ ରୁ ୫୫ କିଲୋ କେଟାଗେରି କୁମିତେ(ଫାଇଟ) ରେ ତୃତୀୟ ସ୍ଥାନ ଗ୍ରହଣ କରି କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ବାଳକ ବିଭାଗରେ ହିତେଶ କୁମାର ମହାଖୁଡ଼ ୩୫ ରୁ ୪୦ କିଲୋ କେଟାଗେରି କୁମିତେ(ଫାଇଟ)ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ କିରଣ କୁମାର ବେମାଲ ୪୫ ରୁ ୫୦ କେଜି କେଟାଗେରି କୁମିତେ(ଫାଇଟ) ରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଛନ୍ତି ।ସେହିପରି ଲୋକେଶ କୁମାର ମହାଖୁଡ଼ ୫୦ ରୁ ୫୫ କେଜି କେଟାଗେରି କୁମିତେ(ଫାଇଟ)ରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଥିବା ବେଳେ ଶକ୍ତିସ୍ୱରୂପ ନାୟକ ୮୨ କେଜିରୁ ଉର୍ଦ୍ଧ୍ବ କେଟାଗେରି କୁମିତେ(ଫାଇଟ)ରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଥିଲେ । ସାତ ଜଣ ଖେଳାଳି ପଦକ ହାସଲ କରିଥିବା ଯୋଗୁଁ ଟିମ୍ କୁ ଚମ୍ପିଆନ ଟ୍ରଫି ପ୍ରଦାନ କରାଯାଇଥିଲା ।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସେନାଲ ସ୍କୁଲର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ନେତୃତ୍ୱରେ ଏହି ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସେନାଲ ସ୍କୁଲର ଶିକ୍ଷକ ନରେନ୍ଦ୍ର ପ୍ରସାଦ ଓ ଲାଞ୍ଜିଗଡ଼ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼ ଏହି ପ୍ରତିଯୋଗିତାରେ ଖେଳାଳିମାନଙ୍କୁ ସାହାଯ୍ୟ କରିଥିଲେ । ଏହି ଖେଳାଳିମାନେ ଜିଲ୍ଲା ପାଇଁ ଗୌରବ ଆଣିଥିବା ଯୋଗୁଁ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି ।