ଗାଧୁଆ ତୁଠରୁ ଯୁବକ ନିଖୋଜ ଘଟଣା, ୨ ଦିନପରେ କେନାଲରୁ ମିଳିଲା ଶବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା କାଶିବାହାଲ ନୂଆପଡାର ଦୁର୍ଜନ ବାଗଙ୍କ ପୁଅ ଦେବେନ୍ଦ୍ର ବାଗ(୨୫) ଗତ ୨ ଦିନ ତଳେ କେନାଲ କୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇ ନ ଥିଲେ । ତେବେ ଶନିବାର ଦେବେନ୍ଦ୍ରଙ୍କ ମୃତ ଦେହ କେନାଲ ରୁ ଉଦ୍ଧାର ହୋଇଥିବା ପୁଲିସ ସୂଚନା ଦେଇଛି ।

Omkar Vasthu
Omkar Vasthu

ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନରେ ଦେବେନ୍ଦ୍ର ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ କୁ ଗାଧୋଇବା ପାଇଁ ଘରୁ ବାହାରି ଥିଲେ। କିନ୍ତୁ ଦିର୍ଘ ସମୟ ଧରି ସେ ଘର କୁ ଫେରି ନଥିଲେ। ପରିବାର ଲୋକେ କୋନାଲ ନିକଟ କୁ ଖୋଜିବାକୁ ଯାଇଥିଲେ। ପରେ ଗାଧୁଆ ତୁଠ ରେ ଦେବେନ୍ଦ୍ରଙ୍କ କପଡା, ସାବୁନ ଓ ଚପଲ ଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ କେନାଲ ଆଖ ପାଖରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନ ଥିଲେ। ପରେ ପରିବାର ଲୋକେ ଦେବେନ୍ଦ୍ର କୋନାଲ ପାଣିରେ ଭାସିଯାଇ ଥିବା ସନ୍ଦେହ କରି କୋକସରା ପୁଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରି କେନାଲ ପାଣିରେ ଖୋଜା ଖୋଜି କରିଥିଲେ ମଧ୍ୟ ଦେବେନ୍ଦ୍ର ଙ୍କୁ ପାଇ ନଥିଲେ। ତେବେ ୨ ଦିନ ପରେ ଶନିବାର କୋନାଲ ପାଣି ବନ୍ଦ କରି ଖୋଜାଖୋଜି କରିଥିବାବେଳେ ନୁଆପଡା ନିକଟ କେନାଲ ରୁ ମୃତ ଦେହ ପୋଲିସ ଉଦ୍ଧାର କରିଥିଲା। ପରେ ବିଭିନ୍ନ ଦିଗକୁ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠେଇ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ସବ୍ ଇନ୍ସପେକ୍ଟର ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.