ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମଦନପୁର ରାମପୁର ମହାବିଦ୍ୟାଳୟ ଠାରେ ନୁଆ ଶବ୍ଦ, ନୁଆ କଲମର ଅନ୍ୱେଷଣ ଅ’ଅଭିଯାନ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଛି । କାହ୍ନୁ ଚରଣ ସାହୁଙ୍କୁ ମଞ୍ଚ ପରିଚାଳନାରେ ସଭାପତି ନରେଶ କୁମାର ସାହୁ, ମୁଖ୍ୟ ଅତିଥି କବି ହେମନ୍ତ ସାହୁ, ସମ୍ପାଦକ ତପନ କୁମାର ସାହୁ ତଥା ବିଶ୍ୱନାଥ ସାହୁ, ଅଧ୍ୟାପିକା ମମତା ଶତପଥୀ, ବିନୋଦ ନାଗ, ଡୋଳେଶ୍ୱର ସାହୁ ଉପସ୍ଥିତ ରହି ଆଗାମୀ ଦିନରେ ଏହି ଏହି ନବ ପ୍ରତିଭାଙ୍କୁ ଅ’ପତ୍ରିକାରେ ସ୍ଥାନ ଦେବାକୁ ତଥା ସାହିତ୍ୟରେ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଯୋଗିତାରେ ଝରଣା ପଧାନୀ, ହିନାରାଣୀ ମାଝୀ, ମନୀଷା ଡାକୁଆ, ଆୟାଶା ରାଣୀ ସାହୁ, ସସ୍ମିତା ମହାଖୁଡ଼, ନୀଳକଣ୍ଠ ସାହୁ, ଭାସ୍କର ସାହୁ, ସାଦୁକ ମାଝୀ, ଦୀପକ କୁମାର ରଣା, ଶୁଭଶ୍ରୀ ଶୁଭ ଦର୍ଶିନୀ ସିଂହ, ଅର୍ପିତା ପୁଷ୍ଟି, ମେହେକ ଅଗ୍ରୱାଲ, ଈପ୍ସା ସାହୁ, କରୁଣା ସାହୁ ଯୁବ ପ୍ରତିଭା ଭାଗ ନେଇ କାର୍ଯ୍ୟକ୍ରମଟିକୁ ସଫଳତା ଦେଇଥିଲେ ।