୧୯ରେ ମଶାଲ ଯାତ୍ରା, ୨୦ରୁ ଓଡ଼ିଶା ଆର୍ଟିଷ୍ଟ କ୍ରିକେଟ ପ୍ରିମିୟର ଲିଗ୍

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): କଳାହାଣ୍ଡି କାଳାକାର ପକ୍ଷରୁ ପ୍ରଥମ ଓଡ଼ିଶା ଆର୍ଟିଷ୍ଟ କ୍ରିକେଟ ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳପଡିଆରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ୧୯ରେ ମା’ ମାଣିକେଶ୍ବରୀ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳପଡିଆରେ ପହଞ୍ଚିବ। ଏହି ଚାରିଦିବସୀୟ ଟୁର୍ଣ୍ଣାମେଣ୍ଟରେ ଅନେକ ନାମଜାଦା କାଳକାର ତାଙ୍କ ଟିମ ସହ ମ୍ଯାଚରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, କଳାହାଣ୍ଡି କିଙ୍ଗସ, କାରୁଣ୍ଡ XI, ରାୟଗଡ଼ 11 (ରାୟଗଡ଼), ପାଟଣାଗଡିଆ ଷ୍ଟାର (ପାଟଣାଗଡ), ରକ ଷ୍ଟାର ୱାରିୟର (ବେଲପଡା), ବରଗଡିଆ ଲାୟନ୍ସ (ବାରଗଡ଼ ), ରୟାଲ ଟାଇଗର (ନୂଆପଡା), ରୟାଲ ଚାଲେଞ୍ଜର୍ସ (ବଲାଙ୍ଗୀର), ରାଇଜିଙ୍ଗ ଷ୍ଟାର (ବଲାଙ୍ଗୀର), ଡ୍ରାଗନ XI (ଟିଟିଲାଗଡ), ବଲାଙ୍ଗିର ଲାୟନ୍ସ (ବଲାଙ୍ଗିର), ନୂଆପଡା ଚାଲେଞ୍ଜର୍ସ (ନୂଆପଡା), ଜୁନିୟର ଫାଇଟର୍ସ (ବଲାଙ୍ଗିର), କିଙ୍ଗସ 11 (ଟିଟିଲାଗଡ), ରୟାଲ ଷ୍ଟ୍ରାଇକର (ସୋନପୁର), ଏସ.ଆର୍ ଟିମ (ବଲାଙ୍ଗିର) ପ୍ରମୁଖ ଏହି ଟୁର୍ଣାମେଣ୍ଟରେ ଭାଗନେବେ। ବୈଠକରେ ଅବଦୁଲ କାଦିର, ପ୍ରଦୀପ ଡି. ମାଝୀ, ରିୟାଜ ଖାଁ, ଧ୍ୟାନ ପଣ୍ଡା, ଉମାକାନ୍ତ ବାଗ, ନୀଲାଞ୍ଚଳ ପାନ, ନଳୀନକାନ୍ତ ଦାଶ, ସନ୍ତୋଷ ରାଉତ , କମଳଲୋଚନ ରାଉତ, ଚନ୍ଦ୍ରଶେଖର ସାହୁ , କ୍ରୀଷ୍ଣାମୋହନ ବିହାରୀ , ଶୁଭମ ପଣ୍ଡା , ଅଜୟ ଆଚାର୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କ୍ରୀଷ୍ଣାମୋହନ ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.