କଳାହାଣ୍ଡି ଜିଲ୍ଲା ଚିକିତ୍ସାଳୟରେ ବିଚିତ୍ର ଚିକିତ୍ସା : ୩୦ ବର୍ଷ ଧରି ରକ୍ତ ଶିକୁଳିରେ ପିଡୀତ ରୋଗୀକୁ ମିଳିଛି ନେଗେଟିଭ ରିପୋର୍ଟ 

କଳାହାଣ୍ଡି,୧୬/୧୦ (ମନୋଜ କୁମାର ଷଡଙ୍ଗି) : ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡା ଗ୍ରାମର ଲକ୍ଷ୍ମୀକାନ୍ତ ‌ନିକାପ ଦୀର୍ଘ ୩୦ ବର୍ଷ ହେଲା ରକ୍ତ ଶିକୁଳିରେ ପିଡୀତ ହୋଇ ଚିକିତ୍ସିତ ହୋଇ ଆସୁଛନ୍ତି । ତେବେ ଜଣେ ଚିର ରୋଗୀ ହୋଇଥିବା କାରଣରୁ ସରକାରୀ ସହାୟତାକୁ ଆବେଦନ କରିବା ପାଇଁ ଗତ ୧/୧୦ରେ ସେ ଭବାନୀପାଟଣା ଯାଇଥିଲେ । ସେଠାରେ ଚିକିତ୍ସା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ଓପିଡିରେ ରେଜିଷ୍ଟ୍ରେସନ ନମ୍ବର ୪୩୭୯୯ ରେ ଡାକ୍ତରଙ୍କୁ ସାକ୍ଷାତ କରିବା ପରେ ତାଙ୍କୁ ରକ୍ତ ପରୀକ୍ଷା ପାଇଁ କୁହାଯାଇଥିଲା । ଏହାପରେ ସେ ଜିଲ୍ଲା ରୋଗ ନିରୁପଣ କେନ୍ଦ୍ରରେ ରକ୍ତ ଦେଇଥିଲେ । ହେଲେ ରିପୋର୍ଟ ଆସିଲା ନେଗେଟିଭ୍ ! ଏହା ଦେଖି ରୋଗୀ ଲକ୍ଷ୍ମୀକାନ୍ତ ହତବାକ୍ ହୋଇଥିଲେ । ୩୦ ବର୍ଷ ଧରି ଚିକିତ୍ସିତ ହେଉଥିବା ରୋଗର ନେଗେଟିଭ୍ ରିପୋର୍ଟ ଆସିଲା କିପରି ? ଅତୀତରେ ୨୦୧୪ରେ ଏହି ଚିକିତ୍ସାଳୟରେ ଭର୍ତ୍ତି ହୋଇ ରକ୍ତ ନେଇ ଥିବା ବେଳେ ତଥା ୨୦୧୫, ୨୦୧୬, ୨୦୧୭ରେ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେବାର ସମସ୍ତ ପ୍ରମାଣ ପତ୍ର ଥାଇ ସୁଦ୍ଧା ନେଗେଟିଭ ରିପୋର୍ଟ ଆସିଲା କିପରି ? ଏହା ପରୀକ୍ଷା ଜନୀତ ତୃଟି ନା ରୋଗୀ ଦେହରେ ପ୍ରକୃତରେ ରୋଗ ନାହିଁ ତାହା  ଅନୁସନ୍ଧାନ ସାପେକ୍ଷ । ଏପରିକି କଟକ, ଭବାନୀପାଟଣା, ନର୍ଲା ତଥା ଥାଇରୋକେୟାର୍ ରିପୋର୍ଟରେ ପୋଜିଟିଭ୍ ଥିବା ଜଣାପଡିଛି । ଉକ୍ତ ପ୍ରମାଣ ପତ୍ରକୁ ସଂପୃକ୍ତ ଅଧିକାରୀଙ୍କୁ ରୋଗୀ ଦେଖେଇ ଥିଲେ ହେଁ ତାଙ୍କୁ ଦୁର୍ବ୍ୟବହାର କରି ତଡ଼ି ଦେଇଥିବା ଲକ୍ଷ୍ମୀକାନ୍ତ ଅଭିଯୋଗ କରିଛନ୍ତି । ଏବିଷୟରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବନଲତା ଦେବୀଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି । ତେବେ ରୋଗୀଙ୍କ ଜୀବନକୁ ବିପନ୍ନକୁ ଠେଲି ଦେଉଥିବା ଘଟଣାରେ କିଏ ସତ କିଏ ମିଛ ର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.