ଉପର ଇନ୍ଦ୍ରାବତୀ କାର୍ଯ୍ୟାଳୟ,କୁସୁମଖୁଣ୍ଟିରେ ପାଣି ପଞ୍ଚାୟତ କର୍ମଶାଳା

କୋକସରା,୭/୩ :  ଉପର ଇନ୍ଦ୍ରାବତୀ ବାମ କେନାଲ ର ଚାରିଟି ଉପଖଣ୍ଡ ମଙ୍ଗଳପୁର, ଅରେବେଡା, କୁସୁମଖୁଣ୍ଟି ଓ ଧର୍ମଗଡ଼ର ପାଣି ପଞ୍ଚାୟତ ସଭାପତି ସମ୍ପାଦକ ଓ କର୍ମକର୍ତା ଙ୍କୁ ନେଇ ଦୁଇ ଦିନିଆଁ କର୍ମଶାଳା କୁସୁମଖୁଣ୍ଟି ସ୍ଥିତ ଉପର ଇନ୍ଦ୍ରାବତୀ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଆସିଷ୍ଟାଣ୍ଡ ଏକଜୁକେଟିଭ ଇଞ୍ଜିନିୟର ପ୍ରସାଦ ରଞ୍ଜନ ପଣ୍ଡା, ଏସଡିଓ ସୀମାଞ୍ଚଳ ଶତପଥି, ଏସଡିଓ ମଳୟ କୁମାର ଚକ୍ରବର୍ତ୍ତୀ, ଜେଇ ବାପୁନ ବେହେରା ପ୍ରମୁଖ ମଞ୍ଚାସିନ ରହି ପାଣିପଞ୍ଚାୟତ କର୍ମକର୍ତାଙ୍କୁ ପାଣିପଞ୍ଚାୟତର ରକ୍ଷଣା ବେକ୍ଷଣ ଓ କାର୍ଯ୍ୟ ସମ୍ପାଦନ ବିଷୟରେ ଅବଗତ କରାଇ ଚଳିତ ରବି ଋତୁରେ ଚିହ୍ନିତ ଥିବା ଅଂଚଳ ପର୍ଯ୍ୟନ୍ତ ଓ ନିର୍ଧାରିତ ସମୟ ପର୍ଯ୍ୟନ୍ତ ଜଳ ସେଚନ ବ୍ୟବସ୍ତା କରାଯିବ ବୋଲି ସମସ୍ତ ଙ୍କୁ ଅବଗତ କରେଇ ଥିଲେ । ପୋଡ଼ବେଡା ପଂଚାୟତ ସଭାପତି ବୃନ୍ଦାବନ ପୂଜାରୀ, ଖଙ୍ଗାର ଗୁଡା ସଭାପତି ପିତାମ୍ବର ସାହୁ ନିଜ ଅଂଚଳରେ ଦେଖା ଦେଉ ଥିବା ପାଣି ପଂଚାୟତ ର ବିଭିନ୍ନ ସମସ୍ୟା କୁ ଏକଜୁକୁଟିଭ ଇଞ୍ଜିନିୟର ଙ୍କୁ ଅବଗତ କରେଇଥିଲେ ।

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.