ଆଦିସ୍କନ୍ଦ ସମାଜର ବ୍ଲକ ସ୍ତରୀୟ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଆଦିସ୍କନ୍ଧ ସମାଜର ବ୍ଲକ ସ୍ତରୀୟ ବୈଠକ ରାଜ କିଶୋର ମାଝୀଙ୍କ ସଭାପତିତ୍ବରେ ସ୍ଥାନୀୟ ଅନ୍ଧାରି ବୋରେଇ ପରିସରରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇଙ୍କ ଉପସ୍ଥିତିରେ ନୂତନ ବ୍ଲକ କମିଟି ଚୟନ ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ସଭାପତି ଭାବରେ ରାଜୁ ମାଝୀ, ଉପସଭାପତି ଭଗବାନ ମାଝୀ, ସଂପାଦକ ବିପ୍ର ମାଝୀ, ସହସଂପାଦକ ବୈକୁଣ୍ଠ ମାଝୀ, କୋଷାଧ୍ୟକ୍ଷ ବିରଞ୍ଚି ମାଝୀ, ସମାଜ ସେବୀ ଚନ୍ଦ୍ରମଣି ମାଝୀ ଓ ଜହର ମାଝୀ ଏବଂ ଉପଦେଷ୍ଟା ସିଦ୍ଧେଶ୍ୱର ମାଝୀ, କୃପାଚନ୍ଦ୍ର ମାଝୀ, ସିଙ୍ଗମଲ ଭୋଇ, ଅଙ୍ଗଦ ଭୋଇ, ହଳଧର ମାଝୀ ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ଭୋଇ ନୂତନ କମିଟି ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହିତ ଅନ୍ୟାୟ ବିରୋଧରେ ଲଢେ଼ଇ କରି ସୁସ୍ଥ ସମାଜ ଗଠନ ଏବଂ ସମାଜକୁ କିପରି ସୁଦୃଢ କରାଯାଇ ପାରିବ ସେନେଇ ଦିଗ ଦର୍ଶନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାର୍ଲା ବ୍ଲକ ସଭାପତି ଅନନ୍ତ ରାମ ମାଝୀ ସମାଜ କିପରି ସଠିକ୍ କାର୍ଯ୍ୟ କରିବ ସେ ନେଇ ଆଲୋଚନା କରିଥିଲେ । ବୀର କମଳ ମଇଦାନ ସମ୍ପାଦକ ଦେବରାଜ ମାଝୀ ଆସନ୍ତା ମଇ ୨୦ ତାରିଖରେ ଅସୁରଗଡ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଅନୁରୋଧ ଜଣାଇଥିଲେ । ଜିଲ୍ଳା ଉପସଭାପତି ପ୍ରକାଶ ଚନ୍ଦ୍ର ମାଝୀ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.