ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଭାଗ ନେବେ କୋକସରାର ୩ ଛାତ୍ରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଏମ ହାଇସ୍କୁଲ ଠାରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତାରେ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀଙ୍କ ମଧ୍ୟରୁ ବରିଷ୍ଠ ବର୍ଗରେ କୋକସରା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଲିଲି ମଙ୍ଗରାଜ କନିଷ୍ଠ ବର୍ଗରେ ଆଦର୍ଶ ବିଦ୍ୟାଳୟର ୭ମ ଶ୍ରେଣୀର ଛାତ୍ରୀ ପ୍ରୀତି ରାଉତ ଓ ଗୋପଶ୍ରୀ ନାଗ ରାଜ୍ୟ ସ୍ତରରେରେ ହେବାକୁ ଥିବା ଯୋଗ ପ୍ରତିଯୋଗିତାକୁ ଭାଗ ନେବାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ କୋକସରା ବଙ୍ଗୋମୁଣ୍ଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ଗର୍ବ ଅନୁଭବ କରୁଥିବା ବେଳେ ଆଦର୍ଶ ବିଦ୍ୟାଳୟର ଖେଳ ଶିକ୍ଷକ ବସନ୍ତ କୁମାର ମହନ୍ତ ଓ କୋକସରା ଜବାହର ଉଚ୍ଚ ବିଦ୍ୟାପୀଠର ଖେଳ ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ପ୍ରଶିକ୍ଷଣ ଯୋଗୁଁ ସଫଳତା ହାସଲ କରିଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି । ଆଗକୁ ଯୋଗ ପ୍ରଶିକ୍ଷଣ କ୍ଷେତ୍ରରେ ଛାତ୍ରୀମାନେ ସ୍ୱାବଲମ୍ବୀ ହେବା ସହ ନିଜ ଶିକ୍ଷାନୁଷ୍ଠାନର ନାମ ରଖିବେ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.